ଜୀବନରେ ସୁନ୍ଦରତାର ମହତ୍ୱ ବେଶ୍ ଅଧିକ । ସେହି ସୁନ୍ଦରତାରେ କେଶର ଭୂମିକା ସବୁଠାରୁ ଆଗରେ ରହିଥାଏ । ତେଣୁ ସମସ୍ତେ ଏହାର ଅଧିକ ଯତ୍ନ ନେଇଥାଆନ୍ତି । ତେବେ କେତେକ ଖାଦ୍ୟ ଅଛି ଯାହାକୁ ଧ୍ୟାନରେ ରଖିଲେ ଆପଣ ଏଭଳି ଅସୁବିଧାରୁ ବଞ୍ଚିପାରିବେ ।
ମେଥି – ମେଥି ଶରୀର ସହ କେଶ ପାଇଁ ମଧ୍ୟ ବେଶ୍ ଉପକାରୀ । ଏଥିରେ ଆଇରନ୍ ଓ ପ୍ରୋଟିନ୍ ଉଭୟ ଭରପୂରମାତ୍ରାରେ ରହିଥାଏ । ଯାହା କେଶ ବଢିବା ସହିତ ଏହାକୁ କଳା ରଖିବାରେ ସାହାଯ୍ୟ କରେ । ଏହାସହ ମେଥିରେ ଅନ୍ୟ ଔଷଧୀୟଗୁଣ ମଧ୍ୟ ରହିଥାଏ ଯାହା କେଶ ପାଇଁ ଉପକାରୀ ।
ଭୁସଙ୍ଗପତ୍ର – ଭୁସଙ୍ଗପତ୍ରକୁ ବ୍ୟବହାର କରି ଖାଦ୍ୟକୁ ସ୍ୱାଦିଷ୍ଟ କରାଯାଇଥାଏ । ତେବେ ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା କେଶପାଇଁ ମଧ୍ୟ ଉପକାରୀ । ଏଥିରେ ଏମିନୋ ଏସିଡ୍ ଭରପୂରମାତ୍ରାରେ ରହିଥାଏ । ଏହି ଏମିନୋ ଏସିଡ୍ କାରଣରୁ ରୂପି କମ ହେବାସହ ବିଭିନ୍ନ ସଂକ୍ରମଣରୁ ରକ୍ଷା ମିଳିଥାଏ । ସେହିଭଳି ଏହାକୁ ବାଟି ଲଗାଇବା କିମ୍ବା ଖାଦ୍ୟରେ ବ୍ୟବହାର କଲେ ଏହା କେଶ ବଢିବାରେ ମଧ୍ୟ ସହାୟକ ହୋଇଥାଏ ।
ଘି କୁଆଁରୀ – ଏଥିରେ ଭିଟାମିନ୍ ଏ, ସି ଓ ଇ ରହିଛି ଯାହା ସୁସ୍ଥ କେଶ ବଢିବା ସହିତ କେଶରେ ଚମକ ଆଣିଥାଏ । ଏହାସହିତ ଏହାକୁ ବ୍ୟବହାର କଲେ କେଶ ଅଦିନରେ ଧଳା ମଧ୍ୟ ପଡିନଥାଏ, ଏହା କେଶର ରଙ୍ଗକୁ କଳା ରଖିବାରେ ସାହାଯ୍ୟ କରିଥାଏ । କେଶ ଝଡିବାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ ।
Comments are closed.