ଗର୍ଲସ ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ,ସିଡିରୁ ଖସି ପଡିଲେ ଛାତ୍ରୀ

0

ନୂଆଦିଲ୍ଲୀ : ଏସି ବିସ୍ଫୋରଣରୁ ଭୟାବହ ଅଗ୍ନିକାଣ୍ଡ । ଘଟଣା ଘଟିଛି ଗ୍ରେଟର ନୋଏଡାର ନଲେଜ୍ ପାର୍କ-୩ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଗର୍ଲସ ହଷ୍ଟେଲରେ । ଏୟାର କଣ୍ଡିସନର କମ୍ପ୍ରେସର ବିସ୍ଫୋରଣ ହେବା ଫଳରେ ହଷ୍ଟେଲରେ ନିଆଁ ଲାଗିଯାଇଥିଲା ।

ଏସିରୁ ଲାଗିଥିବା ଏହି ନିଆଁ ହଷ୍ଟେଲରେ ବହୁତ ଶୀଘ୍ର ବ୍ୟାପିଗଲା। ଘଟଣା ସମୟରେ କିଛି ଝିଅ ହଷ୍ଟେଲରେ ଉପସ୍ଥିତ ଥିଲେ, ଯେଉଁମାନେ କୌଣସି ପ୍ରକାରେ ଖସି ପଳାଇବାରେ ସଫଳ ହୋଇଥିଲେ । ଝିଅମାନେ କୌଣସି ପ୍ରକାରେ ବାଲକୋନିରେ ଝୁଲି ସିଡ଼ି ବ୍ୟବହାର କରି ହଷ୍ଟେଲରୁ ବାହାରୁଥିବା ବେଳେ ଖସି ଯାଇଥିବା ଦେଖାଯାଇଛି । ଆଉ କିଛି ଜଣ ବାଲକୋନୀରେ ଛିଡା ହୋଇ ନିଆଁ ନିଆଁ ବୋଲି ଚିତ୍କାର କରୁଥିବା ର ଦେଖାଯାଇଥିଲା । ତେବେ ଛାତ୍ରୀ ମାନଙ୍କୁ ଉଦ୍ଧାର କରିବା ବଡ଼ ଚାଲେଞ୍ଜ ଥିଲା । କାରଣ ବାଲକୋନୀ ଚାରିପଟେ ତାରବାଡ ଘେରାଯାଇଥିଲା । ତେବେ ଅଗ୍ନିଶମ ବାହିନୀର ଅକ୍ଲାନ୍ତ ଚେଷ୍ଟା ଫଳରେ ନିଆଁକୁ ଆୟତ୍ତ କରିବା ସହ ସମସ୍ତ ଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

 

 

 

Leave A Reply

Your email address will not be published.