ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନ । ବୁଧବାର ଗୃହ ଆରମ୍ଭରୁ ହଟ୍ଟଗୋଳ ଏବଂ ହୋହାଲ୍ଲା । ଯାହାଫଳରେ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ବାଚସ୍ପତି ପୋଡିୟମ ତଳେ ଜୋରଦାର ପ୍ରତିବାଦ କଲେ ବିରୋଧୀ ଓ କଂଗ୍ରେସ । ମିଶନ ଶକ୍ତି ପୂର୍ଣ୍ଣଗଠନ ପାଇଁ ସରକାର ଯେଉଁ ନିଷ୍ପତ୍ତି ସରକାର ନେଇଛନ୍ତି ତାକୁ ବିରୋଧ କରି ବିଜେଡି ବିଧାୟକମାନେ ପ୍ରତିବାଦ କରିଛନ୍ତି । ସେପଟେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପକ୍ଷରୁ ଧାରଣା ଦିଆଯାଇଛି ।
ବୁଧବାର ଦିନ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ । ବୁଧବାର କାର୍ଯ୍ୟଦିବସ ଆରମ୍ଭରୁ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ମିଶନ ଶକ୍ତି ଇ.ସି ପୁନଃଗଠନକୁ ବିରୋଧ କରି ବିଜେଡି ବିଧାୟକମାନେ ନାରାବାଜି କରିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ ନିକଟରୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ଶେଷରେ ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିବାକୁ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।
ଅନ୍ୟପଟେ ଗୃହ ମୁଲତବୀ ପରେ ବିଜେଡି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରୁଛନ୍ତି । ରାଜ୍ୟର ବିଜେପି ସରକାର ଏକପାଖିଆ ନିଷ୍ପତ୍ତି ନେଉଛନ୍ତି । ସରକାର ମିଶନ ଶକ୍ତି ଇ.ସିକୁ ପୁନଃଗଠନ କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି , ତାହା ରାଜ୍ୟର ମାଆମାନଙ୍କ ବିରୋଧୀ ନିଷ୍ପତ୍ତି ବୋଲି ବିଜେଡି ବିଧାୟକ ଭାବେ କହିଛନ୍ତି । ଭାରତୀୟ ଜନତା ପାର୍ଟି ସରକାର କୌଣସି କଥା ଶୁଣିବାକୁ ଚାହୁଁନାହାନ୍ତି । ମିଶନ ଶକ୍ତି ମହିଳା ୬ ଦିନ ଧରି ଧାରଣାରେ ବସିଛନ୍ତି । ଏ ସରକାର ଅନ୍ଧ-ମୁକ –ବଧିର ସରକାର । ସରକାର ମହିଳାଙ୍କ କଥା ଶୁଣୁ ନାହାନ୍ତି କହିଛନ୍ତି ବିରୋଧୀ ।
Comments are closed.