ଗୃହ ଅଚଳ,୧୨ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

0

ଭୁବନେଶ୍ୱର : ଚାଲିପାରିଲାନାହିଁ ପ୍ରଶ୍ନକାଳ I ସୋମବାର ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି।ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଏବଂ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି କରିବାରୁ ଗୃହକୁ ଅପରାହ୍ନ ୧୨ଟା ୯ ଯାଏଁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢୀ ।

ସୂଚନା ମୁତାବକ, ସୋମବାର ଗୃହ ଆରମ୍ଭ ହେବା ମାତ୍ରେ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ଗୃହର ମଧ୍ୟ ଭାଗରେ ଘଣ୍ଟ ଏବଂ ଗିନି ବଜାଇ ନାରାବାଜି କରିଥିଲେ । ଏହା ସହ ଗାନ୍ଧୀ ମୁର୍ତ୍ତି ତଳେ ଠିଆ ହୋଇ ଘଣ୍ଟ ବାଡ଼େଇ ପ୍ରତିବାଦ କରି ଥିବାବେଳେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ପ୍ଲାକାର୍ଡ଼ ଧରି ନାରାବାଜୀ ଓ ହୋ ହାଲ୍ଲା କରିଛି ବିଜେଡି। ଏହି ସମୟରେ ବାଚସ୍ପତି ବିକ୍ଷୋଭ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ନିଜ ନିଜ ସିଟ୍‌ରେ ବସିବାକୁ ଅନୁରୋଧ କରିଥିଲେ । ହେଲେ ଉଭୟ ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୧୨ଟା ୯ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.