ଦୁବାଇ : ଜାନୁଆରୀ ୧୮: ୟୁଏଇ ନେତୃତ୍ୱରେ ଅଧିନରେ ଥିବା ଆରବ ସେନା ଆଜି ହୌତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣ କରିଛି । ଏଥିରେ ୧୪ ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ପୂର୍ବତନ ମିଲିଟାରୀ ଅଫିସର ଅବଦୁଲ୍ଲା କାସିମ୍ ଅଲ- ଜାନିଦ ନାମ ରହିଛି । ୟୁଏଇ ହୌତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରି ନିଜର ପ୍ରତିଶୋଧ ନନେଇଥିବା କଥା କୁହାଯାଉଛି ।
ସୂଚନା ଥାଉଯେ, ଗତକାଲି ହୌତି ବିଦ୍ରୋହୀମାନେ ଆବୁ ଧାବିର ଏକ ତୈଳ ଟ୍ୟାଙ୍କରକୁ ଲକ୍ଷ୍ୟକରି ଡ୍ରୋନ ଦ୍ୱାରା ମିସାଇଲ ମାଡ଼ କରିବାରୁ ୨ ଜଣ ଭାରତୀୟ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଥିଲେ । ଏହାର ପ୍ରତିଶୋଧ ନେବାକୁ ୟୁଏଇ ଧମକ ଦେଇଥିଲା । ଦିନକ ପରେ ଅର୍ଥାତ୍ ଆଜି ତାହାର ଜବାବ ଦେଇଛି ସାଉଦି ଆରବ । ଆରବ ସାମରିକ ମେଣ୍ଟ କରି ୟେମେନର ରାଜଧାନୀ ସାନା ଉପରେ ଏୟାରଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ କିଛି କୋଠା ଧ୍ୱଂସ ହୋଇଛି ।
ଜଣେ ପୂର୍ବତନ ମିଲିଟାରୀ ଅଫିସର ଅବଦୁଲ୍ଲା କାସିମ ଅଲ-ଜାନିଦଙ୍କ ଘର ଉପରେ ଏହି ବିମାନ ଆକ୍ରମଣ କରାଯାଇଥିଲା । ଏଥିରେ ଅବଦୁଲ୍ଲା କାସିମ, ତାଙ୍କ ପତ୍ନୀ, ୨୫ ବର୍ଷର ପୁଅ ଓ ଆଉ କିଛି ଅଜଣା ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ସାଉଦି ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି ।
Comments are closed.