ଉତ୍ତରପ୍ରଦେଶ: ଅକ୍ଟୋବର ୦୭: ଲଖୀମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଶାଣି ହୋଇଛି । ଏଥିରେ ସୁପ୍ରମିକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି ରମନ୍ନାଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ଶୁଣାଣି କରିଛନ୍ତି । ମାମଲାରେ ଅଭିଯୁକ୍ତ କିଏ, କାହାର ନାମରେ ଏଫ୍ଆଇଆର୍ ହୋଇଛି ଓ କାହାରିକୁ ଗିରଫ ହୋଇଛି? ଏହାର ସବିଶେଷ ଜାଣିବାକୁ ଚାହିଁଥିଲେ ସୁପ୍ରମକୋର୍ଟ । କାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ଘଟଣାକୁ କେନ୍ଦ୍ର କରି ବିରୋଧୀ ଦଳର ବିକ୍ଷେପ କରିବାରୁ ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ।
ଅକ୍ଟୋବର ୩ରେ ହୋଇଥିବା ଏହି ହିଂସା ଘଟଣାରେ ୧୨ ଜଣଙ୍କର ମୃତୁ୍ୟ ହୋଇଥିଲା । ସେମାନଙ୍କ ମଧ୍ୟରେ ୪ ଜଣ ଚାଷୀ ସମେତ ୪ ବିଜେପି ସମର୍ଥକ ଏବଂ ଜଣେ ସାମ୍ବାଦିକଙ୍କ ରହିଥିଲେ । ଏଥିରେ ଚାଷୀ ସଙ୍ଗଠନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଅଭିଯୁକ୍ତ ବୋଲି କହିଥିଲେ । କିନ୍ତୁ ଏହି ଅଭିଯୋଗକୁ ଅଜୟ ମିଶ୍ରା ଏବଂ ତାଙ୍କ ପୁଅ ଖଣ୍ଡନ କରିଛନ୍ତି ।
Comments are closed.