ଆମେରିକା: ଯେତେବେଳେ ପରିବେଶ ସୁରକ୍ଷା ବିଷୟରେ ଆଲୋଚନା ହୁଏ, ଗଛ ଲଗାଇବା ପାଇଁ ନିଶ୍ଚିତ ଭାବରେ ନିବେଦନ କରାଯାଇଥାଏ । ଗଛ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମଗ୍ର ବିଶ୍ୱରେ ଦେଶଗୁଡ଼ିକର ଆଧୁନିକତା, ସହରୀକରଣ ଏବଂ ବିକାଶ ନାମରେ ଗଛ କଟା ହେବାରେ ଲାଗିଛି । ତେବେ ନୂତନ ଗଛ ମଧ୍ୟ ଲଗାଯାଉଛି । କି;ୁ ଆପଣ ଜାଣିଛନ୍ତି କି ପୃଥିବୀରେ ଏବେ କେତେ ଗଛ ରହିଛି ? ଏହାର କେବେ ଗଣନା କରାଯାଇଛି କି ? କୌଣସି ଦେଶ କିମ୍ବା ସଂସ୍ଥା ଗଛ ଗଣନା କରିଛନ୍ତି କି ? ହେଲେ ରିଡର୍ସ ଡିଜେଷ୍ଟର ରିପୋର୍ଟ ଅନୁଯାୟୀ ଆମେରିକାର ୟେଲ୍ ବିଶ୍ୱବିଦ୍ୟାଳୟ କିଛି ବର୍ଷ ପୂର୍ବେ ପୃଥିବାରେ ଥିବା ବୃକ୍ଷଗୁଡ଼ିକର ସଂଖ୍ୟା ଜଣାଇବାକୁ ଦାବି କରିଥିଲା ।
ଏହି ଅନୁସନ୍ଧାନ ରିପୋର୍ଟ ପ୍ରତିଷ୍ଠିତ ପତ୍ରିକା ନେଚର୍ରେ ପ୍ରକାଶିତ ହୋଇଥିଲା । ନେଚର୍ ମାଗାଜିନରେ ପ୍ରକାଶିତ ଏକ ଗବେଷଣା ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ୩୪ ଟ୍ରିଲିୟନ୍ ତଥା ୩ ଲକ୍ଷ ୪୦ ହଜାର କୋଟି ଗଛ ରହିଛି । ଏହି ଅନୁସନ୍ଧାନରେ ଆହୁରି ମଧ୍ୟ କୁହାଯାଇଛି ଯେ ପୃଥିବୀରେ ଗଛ ସଂଖ୍ୟା ବର୍ତ୍ତମାନ ଅଧା ବାକି ଅଛି । ପୂର୍ବରୁ ଜଙ୍ଗଲରେ ଆବୃତ ହୋଇଥିବା ୟୁରୋପ ବର୍ତ୍ତମାନ ଚାଷ ପାଇଁ ବହୁ ଜମି ବ୍ୟବହାର କରୁଛି । ଦୁନିଆର ଅନେକ ସ୍ଥାନରେ ମଧ୍ୟ ଏପରି ସମାନ ପରିସ୍ଥିତି, ଯେଉଁଠାରେ ଜଙ୍ଗଲ କାଟି କ୍ଷେତରେ ପରିଣତ କରାଯାଇଛି । ଏହି ରିସର୍ଚ୍ଚ ଅନୁଯାୟୀ, ବିଶ୍ୱରେ ପ୍ରତିବର୍ଷ ୧୫୦୦ କୋଟି ଗଛ କଟାଯାଉଥିବା ବେଳେ ସେମାନଙ୍କ ସ୍ଥାନରେ ୫୦୦ କୋଟି ନୂଆ ଗଛ ଲଗାଯାଉଛି । ଏଥିରୁ ଏକ ବଡ଼ ଅଂଶ ମଧ୍ୟ ଉଦ୍ଭିଦରୁ ଗଛ ହେବା ପ୍ରକ୍ରିୟାରେ ହିଁ ମରିଯାଏ ।
ପ୍ରତିବର୍ଷ ଦୁନିଆର ଅନେକ ସ୍ଥାନରୁ ଜଙ୍ଗଲରେ ନିଆଁ ଲାଗିଥିବାର ଖବର ଆସୁଛି । ଏଥି ସହିତ ଜଙ୍ଗଲ ମଧ୍ୟ କଟାଯାଉଛି । ଏଭଳି ପରିସ୍ଥିତିରେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପରିବେଶବିତ୍ମାନେ ପରାମର୍ଶ ଦେଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ଯେପରି ବୃଦ୍ଧି ପାଉଛି, ଗ୍ଲୋବାଲ୍ ୱାର୍ମିଂର ବିପଦ ମଧ୍ୟ ବଢ଼ିବାରେ ଲାଗିଛି । କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ବୃଦ୍ଧି ପାଉଛି, ଯାହା ଚିନ୍ତାର ବିଷୟ । ତେବେ ସମଗ୍ର ବିଶ୍ୱର ସରକାର ସେମାନଙ୍କ ସ୍ତରରୁ ଉଦ୍ୟମ କରୁଛନ୍ତି, କି;ୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପ୍ରତିଟି ବ୍ୟକ୍ତି ନିଜ ସ୍ତରରୁ ଉଦ୍ୟମ କରିବା ସହ ବୃକ୍ଷରୋପଣରେ ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ ।
Comments are closed.