ମାତୃତ୍ୱ ପରେ ପୁନର୍ବାର ନିଜ ମୂଳ ଚେହେରାକୁ ଫେରି ଆସିବା ମହିଳାଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ ଟ୍ୟାକ୍ସ ହୋଇଥାଏ କି;ୁ ବଲିଉଡ୍ ଅଭିନେତ୍ରୀ କରୀନା କପୁର, ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓ ମଲାଇକା ଆରୋରାଙ୍କୁ ଦେଖିଲେ ଏହାତ ବିଲକୁଲ୍ ଏକ ଚ୍ୟାଲେଞ୍ଜିଂ ଟ୍ୟାକ୍ସ ବୋଲି ମନେ ହୁଏ ନାହିଁ । ଏହାସତ ଯେ, ସେମାନଙ୍କ ପାଖରେ ଡାଏଟିସିଆନ୍ ଓ ୱାର୍କଆଉଟ୍ ଏକ୍ସପର୍ଟ ଅଛନ୍ତି କି;ୁ କେବଳ ସେମାନଙ୍କ ପରାମର୍ଶ ଯଥେଷ୍ଟ ହୋଇ ନ ଥାଏ ତାହା କାର୍ଯ୍ୟକାରୀ କରିବା ମଧ୍ୟ ଆବଶ୍ୟକ ହୋଇଥାଏ । ଏକ୍ସପର୍ଟସ୍ ମାନଙ୍କ ପରାମର୍ଶ ମାନି ଚଳିବା ସହିତ ସ୍ୱାସ୍ଥ୍ୟ ପ୍ରତି ପୁରା ଧ୍ୟାନ ରଖିଲେ ମାତ୍ର କେଇମାସ ମଧ୍ୟରେ ପ୍ରେଗନାନ୍ସୀ ପୂର୍ବର ଫିଗର ଫେରି ପାଇ ହେବ ।
ଠିକ୍ ଭାବେ ଶୁଅ;ୁ:
ମାତୃତ୍ୱ ପରେ ପୁରା ୮ ଘଣ୍ଟା ଭଲ ଭାବରେ ଶୋଇବା ସମ୍ଭବ ହୋଇ ନ ଥାଏ ଏଣୁ ଯେତେବେଳେ ବି ସମ୍ଭବ ହେବ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କର;ୁ କାରଣ ନିଦ କମ୍ ହେଲେ ମନ ଚିଡଚିଡା ରହିଥାଏ ଓ ଆପଣଙ୍କ ଓଜନ ବି ହ ୍ରାସ ପାଇ ନ ଥାଏ ।
ବ୍ରେଷ୍ଟ ଫିଡିଂ କରା;ୁ:
ସେପ୍ ବିଗିଡିଯିବା ଭୟରେ ଯଦି ଆପଣ ପିଲାକୁ ସ୍ତନ୍ୟପାନ କରାଉନାହାନ୍ତି ତେବେ ଆପଣ ଏକ ଭୁଲ୍ କରୁଛନ୍ତି ବୋଲି ଜାଣି ନିଅ;ୁ କାରଣ ଆପଣ ଶିଶୁକୁ ଯେତେ ଅଧିକ ସ୍ତନ୍ୟପାନ କରାଇବେ ଆପଣଙ୍କ ଫିଗର ସେତେ ଶୀଘ୍ର ଠିକ୍ ସେପ୍କୁ ଆସିଯିବ । ସ୍ତନ୍ୟପାନ କରାଇବା ଦ୍ୱାରା ଗୋଟିଏ ଦିନରେ ପ୍ରାୟ ୮୫୦ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ।
ଦିନକୁ ୮ ଗ୍ଲାସ୍ ପାଣି ପିଅ;ୁ:
ଦିନକୁ ଅତିକମ୍ରେ ୭ରୁ ୮ ଗ୍ଲାସ୍ ପାଣି ନିଶ୍ଚୟ ପିଅ;ୁ । ଏହା ଆପଣଙ୍କ ଶରୀରକୁ ଡିଟକ୍ସିଫିକେସନ୍ କରିଥାଏ । ଏହାସହ ଖାଦ୍ୟ ଖାଇବା ପୂର୍ବରୁ ଏକ ଗ୍ଲାସ୍ ପାଣି ପିଇବା ଦ୍ୱାରା ଭୋକ ମଧ୍ୟ କମ୍ ହୋଇଥାଏ ଯାହା ଓଜନ କମ୍ କରିବା ପାଇଁ ଜରୁରୀ ହୋଇଥାଏ ।
ହାଲ୍କା ଏକ୍ସରସାଇଜ୍ :
ମାତୃତ୍ୱ ପୂର୍ବରୁ ଓ ପରେ ଏକ୍ସରସାଇଜ୍ ଆରମ୍ଭ କରିବା ପାଇଁ ଥରେ ଡାକ୍ତରଙ୍କ ସହ ପରାମର୍ଶ ଜରୁର କର;ୁ ଯଦିଓ ନର୍ମାଲ ଡେଲିଭରୀ କ୍ଷେତ୍ରରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡି ନ ଥାଏ କି;ୁ ସିଜରିଆନ୍ ଡେଲିଭରୀ କ୍ଷେତ୍ରରେ କିଛି ମାସ ପର୍ଯ୍ୟନ୍ତ ବହୁତ ସାବଧାନତାର ସହ ଚଳିବାକୁ ପଡିଥାଏ । ସିଜରିଆନ୍ ଡେଲିଭରୀ କ୍ଷେତ୍ରରେ ଓଜନ କମ୍ କରିବା ପାଇଁ କିମ୍ବା ସେପ୍କୁ ଆସିବା ପାଇଁ କଠିନ ଏକ୍ସରସାଇଜ୍ ସ୍ଥାନରେ ଆରାମରେ କରାଯାଉଥିବା ଆସନ କିମ୍ବା ୱାର୍କଆଉଟ୍ କର;ୁ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)