ଦୁର୍ଘଟଣା ପରେ ୨୯ ବର୍ଷ ପଛକୁ ଫେରିଗଲେ, ନିଜ ସ୍ତ୍ରୀଙ୍କୁ କଲେ ପ୍ରପୋଜ

କୌଣସି ଏକ ବଡ ଦୁର୍ଘଟଣା ପରେ ମୁଣ୍ଡରେ ଆଘାତ ଲାଗିବା ଓ ଏହି କାରଣରୁ ସବୁକିଛି ଭୁଲିଯିବା ପରି ପରିସ୍ଥିତି ସହ ଆମେ ଅବଗତ । ଏହାପରେ ଡାକ୍ତର ପୁରୁଣା ଜିନିଷ ସବୁ ସଂପୃକ୍ତ ବ୍ୟକ୍ତିକୁ ମନେ ପକାଇ ତାର ସ୍ମରଣ ଶକ୍ତି ଫେରାଇ ଆଣିବାକୁ ଚେଷ୍ଟା କରିଥାଏ । ୯୦ ଦଶକର ହିନ୍ଦୀ ଫିଲ୍ମରେ ପ୍ରାୟତଃ ଏପରି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ରିଅଲ୍‌ ଲାଇଫ୍‌ରେ ବି ଏପରି ଘଟଣା ଦେଖିବାକୁ ମିଳିଥାଏ ।

Kristy and Andrew Mackenzie
Kristy and Andrew Mackenzie

ଆମେରିକାର ଭର୍ଜିନିଆରେ ଏହିପରି ଏକ ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ସଡକ ଦୁର୍ଘଟଣା ପରେ ଜଣେ ବ୍ୟକ୍ତିଙ୍କର ହୋସ୍‌ ଚାଲି ଯାଇଥିଲା । ହୋସ୍‌ ଆସିବାପରେ ତାଙ୍କର ସ୍ମରଣ ଶକ୍ତି ଚାଲିଯାଇଥିଲା । ସେ ୨୯ ବର୍ଷ ପଛକୁ ଚାଲି ଯାଇଥିଲେ । ତାଙ୍କୁ ଲାଗିଥିଲା ସେ ବର୍ଷ ୧୯୯୩ରେ ଅଛନ୍ତି । ଭଲ ହେବା ପରେ ସେ ନିଜ ସ୍ତ୍ରୀଙ୍କୁ ପୁଣି ଥରେ ପ୍ରପୋଜ୍‌ କରିଥିଲେ । ଆଣ୍ଡ୍ରୁ୍ୟ ଓ କ୍ରିଷ୍ଟି ମାକେନଜି ଏକ ପାରିବାରିକ ପାର୍ଟି ପରେ ଫେରୁଥିବା ସମୟରେ ଆଣ୍ଡ୍ରୁ୍ୟଙ୍କ ମୋଟରସାଇକେଲ ସଡକ ଦୁର୍ଘଟଣାର ଶିକାର ହୋଇଥିଲା ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆଣ୍ଡ୍ରୁ୍ୟ ଓ କ୍ରିଷ୍ଟି ୬୦ଫୁଟ ଦୂରକୁ ଛିଡିକି ପଡିଥିଲେ । ତୁରନ୍ତ ଉଭୟଙ୍କୁ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ହୋସ୍‌ ଆସିବା ପରେ ଆଣ୍ଡ୍ରୁ୍ୟଙ୍କ ସ୍ମରଣ ଶକ୍ତି ଚାଲିଯାଇଥିଲା । ତାଙ୍କୁ ଲାଗିଲା ସେ ବର୍ଷ ୧୯୯୩ରେ ଅଛନ୍ତି । ସେ ସ୍ତ୍ରୀ କ୍ରିଷ୍ଟିଙ୍କୁ ପୁଣି ଥରେ ପ୍ରପୋଜ୍‌ କରିଥିଲେ । ଏହାଦେଖି କ୍ରିଷ୍ଟି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ କିପରି ତାଙ୍କ ସ୍ମରଣ ଶକ୍ତି ଫେରାଇ ଆଣିବେ ସେ ନେଇ ଚିନ୍ତାରେ ପଡିଯାଇଥିଲେ । ପ୍ରକୃତରେ ଆଣ୍ଡ୍ରୁ୍ୟ ଓ କ୍ରିଷ୍ଟିଙ୍କ ବିବାହକୁ ୩୭ ବର୍ଷ ପୂରଣ ହୋଇସାରିଛି । ସେ ଏବେ ନିଜ ଝିଅକୁ ବି ଚିହ୍ନି ପାରୁ ନାହାନ୍ତି । ଡାକ୍ତର ବି ତାଙ୍କ ଅବସ୍ଥା ଉପରେ କୌଣସି ସଠିକ୍‌ ଉତ୍ତର ଦେଇପାରୁନାହାନ୍ତି ।

Comments are closed.