ଭୁବନେଶ୍ୱର : ପ୍ରକାଶ ପାଇଲା ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ୨୦୨୪ ପରୀକ୍ଷା ଫଳ । ଶକ୍ତି ଦୁବେ ହୋଇଛନ୍ତି ସର୍ବ ଭାରତୀୟ ଟପ୍ପର । ସେ ଉତ୍ତରପ୍ରଦେଶର ପ୍ରୟାଗରାଜର ବାସିନ୍ଦା। ପ୍ରୟାଗରାଜରୁ ନିଜର ସ୍କୁଲ ଏବଂ କଲେଜ ଶିକ୍ଷା ସମାପ୍ତ କରି ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ବିଏସସି କରିଥିଲେ । ୨୦୧୬ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU)ରୁ ଜୈବ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ସମାପ୍ତ କରିଥିଲେ । ପାଠପଢ଼ା ସମୟରେ, ସେ ପ୍ରଶାସନିକ ସେବାରେ ଯୋଗଦେବାର ସ୍ବପ୍ନ ଦେଖିଥିଲେ ଏବଂ ୨୦୧୮ରୁ ସେ UPSC ପାଇଁ ପ୍ରସ୍ତୁତିଆରମ୍ଭ କରି ଆଜି ପ୍ରକାଶିତ UPSC CSE ପରୀକ୍ଷାରେ ଶକ୍ତି ଅଲ ଇଣ୍ଡିଆ ର଼୍ୟାଙ୍କ ୧ ହାସଲ କରିଛନ୍ତି। ।
ସେହିପରି ଦ୍ବିତୀୟ ସ୍ଥାନରେ ଅଛନ୍ତି ହର୍ଷିତା ଗୋୟଲ । ତୃତୀୟରେ ଅଛନ୍ତି ଡୋଙ୍ଗ୍ରେ ଅର୍ଚିତ ପରାଗ । ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଆକାଶ ଗର୍ଗ ପଞ୍ଚମ, କୋମଲ ପୁନିଆ ଷଷ୍ଠ, ଆୟୁଶି ବଂଶଲ ୭ମ ସ୍ଥାନ ଅଧିକାର କରିଛନ୍ତି । ୪୮ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ରିତିକା ରଥ । ସେହିପରି ଦେବିକା ପ୍ରିୟଦର୍ଶିନୀଙ୍କୁ ୯୫ତମ ରାଙ୍କ ମିଳିଥିବା ବେଳେ ୯୬ ତମ ସ୍ଥାନରେ ଅଛନ୍ତି ଆଦିତ୍ୟ ଆଚାର୍ଯ୍ୟ । ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍ରେ ଅନୁପ ନାୟକ ରହିଛନ୍ତି।
ତୃତୀୟ ଉଦ୍ୟମରେ ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ରିତିକା ରଥ । ପ୍ରାୟ ୩ ବର୍ଷର ପରିଶ୍ରମ ପରେ ସଫଳତା ପାଇଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋର ଆଇଏମ୍ରୁ ଡିଗ୍ରି ହାସଲ କରିବା ପରେ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ସେହିପରି ରାଜ କ୍ରିଷ୍ଣା ଝା ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ ଓ ମୟଙ୍କ ତ୍ରିପାଠୀ ଦଶମ ସ୍ଥାନରେ ରହିଛନ୍ତି । ୪୮ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ରିତିକା ରଥ । ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ , ୧୬୪ରେ ଦୀପ୍ତି ରଂଜନ ପତି , ୧୭୫ରେ ରଶ୍ମୀ ପ୍ରଧାନ,୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍ରେ ଅନୁପ ନାୟକ ରହିଛନ୍ତି। ଅଫିସିଆଲ୍ ୱେବସାଇଟ୍ – upsc.gov.in ରେ ପରୀକ୍ଷାର୍ଥୀମାନେ ନିଜର ରେଜଲ୍ଟ ଜାଣିପାରିବେ ।