ଯେବେ ଅଣ୍ଟି ଛୁରୀ ତଣ୍ଟି କାଟେ…ନେମାଳ ସଶସ୍ତ୍ର ଡକାୟତି ଓ ହତ୍ୟାକାଣ୍ଡ ର ମୁଖ୍ୟ ଖଳନାୟକ ହେଉଛି ନାତି

ସାଲେପୁର : ଅର୍ଥ ଲୋଭରେ ଅନ୍ଧ ହୋଇ ସମ୍ପର୍କର ମାନେ ବୁଝିଲାନି ନାତି I ଯାହାକୁ ପାଳି ପୋଷି ଘରେ ରଖିଥିଲେ ସେଇ ମାରିଲା ଚୋଟ I ରଚିଲା ଭୟଙ୍କର ଷଡଯନ୍ତ୍ର Iରାତି ଅଧରେ ଭିଆଇଲା ଜଘନ୍ୟ କାଣ୍ଡ I ନିଜ ରକ୍ତ ସମ୍ପର୍କୀୟ ଜେଜେ ବାପା ,ଜେଜେ ମା’ଙ୍କୁ ହତ୍ୟା କରିବାକୁ ବି ପଛାଇଲା ନାହିଁ I ଗତ ଗୁରୁବାର ରାତିରେ କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ହୋଇଥିବା ସଶସ୍ତ୍ର ଡକାୟତି ଓ ହତ୍ୟାକାଣ୍ଡ ଘଟଣାର ପର୍ଦାଫାଶ କରିଛି ସାଲେପୁର ପୋଲିସ I

ଘଟନାନୁସାରେ,କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ବସବାସ କରନ୍ତି ଅବସର ପ୍ରାପ୍ତ ହାଇସ୍କୁଲ କିରାଣୀ ହୃଷିକେଶ ମୁଦୁଲି (୬୯) ଓ ପତ୍ନୀ ପତ୍ନୀ କନକଲତା ମୁଦୁଲି (୫୮),ଇ ତାଙ୍କର ପୁଅ ଝିଅ ୨ ଜଣଙ୍କ ମଧ୍ୟରୁ ଝିଅ ବିବାହିତ ହୋଇଥିବା ବେଳେ ପୁଅ କଟକରେ ରହି ପଢୁଛି I ଘରେ ମୁଦୁଲି ଦମ୍ପତିଙ୍କ ସହିତ ରହନ୍ତି ଜଣେ ସମ୍ପର୍କୀୟ ନାତି ଓମ ପ୍ରକାଶ ମୁଦୁଲି I ଗତ ଗୁରୁବାରଦିନ ବିଳମ୍ବିତ ରାତିରେ ହୃଷୀକେଶଙ୍କ ଘରେ ହୋଇଥିଲା ସଶସ୍ତ୍ର ଡକାୟତି ଇ ଡ଼କାୟତଙ୍କୁ ପ୍ରତିରୋଧ କରିବାକୁ ଯିବାବେଳେ,ମରଣାନ୍ତକ ଆକ୍ରମଣ ର ଶିକାର ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ହୃଷିକେଶ I ଏହି ଘଟଣାରେ ତାଙ୍କ ପତ୍ନୀ କନକଲତା ମଧ୍ୟ ଗୁରୁତ୍ତର ଆହତ ହୋଇ ଲହୁଲୁହାଣ ଅବସ୍ଥାରେ ଅଚେତ ହୋଇ ପଡ଼ି ଯାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନେ ନାତି ଓମ୍ ପ୍ରକାଶଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ପ୍ରତିବାଦ କଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଏକ କୋଠରୀରେ ପୂରାଇ ଦେଇଥିଲେ। ଏହାପରେ ଡକାୟତ ମାନେ ଘରୁ ଲୁଟପାଟ କରି ତାଙ୍କ ସୁନା ନେଇ ପଳାଇ ଯାଇଥିଲେ ବୋଲି ପୋଲିସ ତଦନ୍ତ ବେଳେ ନାଟ ଓମ ପ୍ରକାଶ ଏହି ବୟାନ ଦେଇଥିଲେ I

ଏହି ଘଟଣାର ପୋଲିସ ତଦନ୍ତ ବେଳେ ମିଳିଥିଲା ଆଉ ଏକ ସୁରାକ I ପୋଲିସ ନାତି ଓମ ପ୍ରକାଶ କୁ ଆଣି ପଚାରିଥିଲେ ଗୁଡେଇ ତୁଡେଇ ପ୍ରଶ୍ନ I ଶେଷରେ ସତ ଓଗାଳିଥିଲା ନାତି I ସେପଟେ କଟକ ର ଏକ ଘରୋଇ ନର୍ସିଙ୍ଗହୋମ ରେ କୋମା ଅବସ୍ଥାରେ ଅଛନ୍ତି ଗୁରୁତ୍ତର ହୋଇ ପଡିଥିବା ଜେଜେ ମା’ I

ଏହି ହୃଦୟବିଦାରକ ଘଟଣା ସମ୍ପର୍କରେ ମୃତକଙ୍କ ଭାଇ ନୃସିଂହଚରଣ ମୁଦୁଲି ନେମାଳ ଥାନାରେ ଲିଖିତ ଅଭିଯୋଗ କରି ଥିଲେ I ଏହାପରେ ନେମାଳ ପୋଲିସ (କେସ୍ ନଂ-୨୧୯/୨୨) ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। କଟକରୁ ହୃଷୀକେଶଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Comments are closed.