ଭୁବନେଶ୍ୱର : E-KYCରେ ଗରିବଙ୍କ ରାସନକାର୍ଡ କଟିଯିବା ଅଭିଯୋଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା I E-KYC ଅପଡେଟ ନହୋଇପାରି ଯେଉଁମାନଙ୍କର ରାସନକାର୍ଡ କଟିଛି ମୋତେ ଜଣାନ୍ତୁ I ଯଦି ଗରିବଙ୍କ କାର୍ଡ ଭୁଲରେ କଟିଯାଇଛି, ଆଉ ଥରେ ଆବେଦନ କରନ୍ତୁ । ଆଉ ଥରେ ଆବେଦନ କଲେ, ସର୍ଭେ କରିକି କାର୍ଡ ଦେବୁ । ପାଖାପାଖି ଲକ୍ଷେ ଲୋକଙ୍କ ରାସନ କାର୍ଡ କଟିଛି । ଆମ ପାଖରେ ପର୍ଯ୍ୟାପ୍ତ କାର୍ଡ ଅଛି, ଆମେ ନୂଆ ଲୋକଙ୍କୁ ଦେବୁ। ଇନ୍କମ୍ ଟ୍ୟାକ୍ସ ଦେଉଥିବା, ଭଲ ଚାକିରି କରୁଥିବା ଲୋକଙ୍କର କଟିଛି ବୋଲି ମନ୍ତ୍ରୀ କହିଛନ୍ତି।