ଆଇଫା ଗାର୍ଡେନ୍‌

0

ଆସନ୍ତା ମାର୍ଚ୍ଚ ୮ ଓ ୯ରେ ଆଇଫା ଆୱାର୍ଡ ଅନୁଷ୍ଠିତ ହେବାକୁ ଯାଉଛି । ଜୟପୁରରେ ଏହି ଆୱାର୍ଡର ଆୟୋଜନ କରାଯାଇଛି । ତେବେ ଏହା ପୂର୍ବରୁ ସେଲିବ୍ରିଟିମାନେ ଏକ ଆଇଫା ଗାର୍ଡେନ୍‌ ନିର୍ମାଣ କରିବେ ବୋଲି ଜଣା ପଡିଛି । ଏହି ବଗିଚାରେ ପାଖାପାଖି ୧୫ ହଜାର ଗଛ ରହିବ । ଏହି ଗଛ ଗୁଡିକର ନାଁ ମଧ୍ୟ ସେଲିବ୍ରିଟିଙ୍କ ନାଁ ଅନୁସାରେ ଦିଆ ହେବ । ଏହି ବଗିଚାରେ ମାଧୁରୀ, ଶାହରୁଖ, ଶାହିଦ କପୁର, କାର୍ତ୍ତିକ ଆରିଅନଙ୍କ ଭଳି ସେଲିବ୍ରିଟିଙ୍କ ନାଁରେ ଏହି ଗଛ ଗୁଡିକ ନାମିତ ମଧ୍ୟ କରାଯିବ । ତେବେ ଜୟପୁରରେ ଏହି ଆୟୋଜିତ ଏହି ଅଭିଯାନରେ କେବଳ ସେଲିବ୍ରିଟି ନୁହେଁ ସାଧାରଣ ଲୋକ ବି ସାମିଲ ହୋଇ ପାରିବେ । ଜୟପୁର ଆୟୋଜିତ ହୋଇଥିବା ଏହି ଆଇଫାର କାର୍ଡ ମଧ୍ୟ ବେଶ୍‌ ଭାଇରାଲ ହେଉଛି । ଏହି କାର୍ଡର ଓଜନ ରହିଛି ୭କିଗ୍ରା, ଯେଉଁଥିରେ ଜୟପୁରରେ ଥିବା ପ୍ରସିଦ୍ଧ ସ୍ଥାନ ମାନଙ୍କର ଝଲକ ରହିଛି । ଏଥିରେ ଆମ ପରିବେଶକୁ ଖୁବ ଗୁରୁତ୍ୱ ଦିଆଯାଇଛି । ଏହି ଗାର୍ଡେନ୍‌ର ଉ“ାଟନ ଆଇଫା ଆୱାର୍ଡର ଆରମ୍ଭ ଦିନ କରାଯିବ । ଏହି ଗାର୍ଡେନରେ କିଛି ଦିନ ହେବ ଆଇଫା ଆୱାର୍ଡ ଜିତିଥିବା ସେଲିବ୍ରିଟିଙ୍କ ନାଁରେ ବୃକ୍ଷ ରୋପଣ ଜାରି ରହିଛି । ଏହି ଗାର୍ଡେନ୍‌ରେ ଅଶୋକା, ତେନ୍ତୁଳି, ନିମ, ପିପ୍ଲଳୀ ଆଦି ମୂଲ୍ୟବାନ ଗଛ ରୋପଣ କରାଯିବ । ସେହିଭଳି ସମସ୍ତ ଗଛରେ ଏକ କୁ୍ୟଆର୍‌ କୋର୍ଡ ରହିବ ଯାହା ସାହାଯ୍ୟରେ ଗଛର ଅବସ୍ଥା ସମ୍ପର୍କରେ ଯିଏ ଗଛ ଲଗାଇଛନ୍ତି ସିଏ ଜାଣି ପାରିବେ । ଏହି ତଥ୍ୟ ଗ୍ରୀନ ଫର ଚାଲେଞ୍ଜ ଏନ୍‌ଜିଓ େୱବସାଇଟ୍‌ରେ ମିଳିଯିବ । ଏହି ଅଭିଯାନରେ ରାଜସ୍ଥାନରେ କୋଟିଏରୁ ଅଧିକ ଗଛ ଲଗାଯିବାର ଯୋଜନା ରହିଛି । ଅଭିଯାନରେ ଏକ ହଜାରରୁ ଅଧିକ ସ୍ୱୟଂ ସେବକ, ୧୦ ହଜାରରୁ ଅଧିକ ସଂସ୍ଥା ଅନ୍ତର୍ଭୁକ୍ତ ଅଛନ୍ତି । ଯେଉଁମାନେ ବୃକ୍ଷରୋପଣ ଓ ଏହାର ଯନି ନେବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ ଏଭଳି ଚିନ୍ତାଧାରାର ଖୁବ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.