ନୀରବଦ୍ରଷ୍ଟା ସାଜିଛି ପୁଲିସ, ଖୁଲମଖୁଲା ଚାଲିଛି କୁକୁଡ଼ା ଲଢ଼େଇ ଓ ଘୁଡୁଘୁଡ଼ି ପଟି

ଜମନକିରା: ଜମନକିରା ବ୍ଲକର ବିଭିନ୍ନ ସ୍ଥାନରେ ଖୋଲାଖୋଲି ଭାବେ ଘୁଡ଼ୁଘୁଡ଼ି ପଟି ଆଉ କୁକୁଡ଼ା ଲଢେଇ ଚାଲିଥିବା ବେଳେ ପୁଲିସ ସବୁ ଜାଣି ଶୁଣି ନୀରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି ।
ଜମନକିରା ବ୍ଲକ ଅଞ୍ଚଳରେ ଅନେକ ଦିନ ହେଲା ଘୁଡ଼ୁଘୁଡ଼ି ପଟି ଖେଳ, କୁକୁଡ଼ା ଲଢ଼େଇ, ସଟ୍ଟା ଖେଳ, ଜୁଆ ଖେଳ ଆଦି ଖୋଲା ଖୋଲି ଚାଲିଥିଲେ ମଧ୍ୟ ପୁଲିସ ସବୁ ଜାଣି ଚୁପ ବସିଛି । ଯଦ୍ୱାରା ଦିନକୁ ଦିନ ଅସାମାଜିକ ତତ୍ୱଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଯେଉଁ ଲୋକ ଏହି ଖେଳ ଗୁଡିକରେ ମାତୁଛନ୍ତି , ସେମାନେ ଘରର ଗହଣା, କଂସା, ବାସନ, ସାମଗ୍ରୀ ବିକି କ୍ଷତିରେ ପଡ଼ୁଛନ୍ତି । ଆଉ ଖେଳ ଖେଲାଉଥିବା ଲୋକ ମାଲେମାଲ ହେଉଛନ୍ତି ।

 ନୀରବଦ୍ରଷ୍ଟା ସାଜିଛି ପୁଲିସ, ଖୁଲମଖୁଲା ଚାଲିଛି କୁକୁଡ଼ା ଲଢ଼େଇ ଓ ଘୁଡୁଘୁଡ଼ି ପଟି
ଦିମିରିମୁଣ୍ଡା ପଞ୍ଚାୟତ ତବଲାକଟା ଗାଁ ନିକଟ ପାତ୍ରା ଜଙ୍ଗଲ ମଧ୍ୟରେ କୁକୁଡ଼ା ଲଢେଇ ଏବଂ ଘୁଡୁଘୁଡି ପଟି ଖେଳ ଖୋଲା ଖୋଲି ଭାବେ ଚାଲିଥିବା ଦେଖିବାକୁ ମିଳିଥିଲା । ତେବେ ଦୀର୍ଘ ଦିନରୁ ଏପରି ଖେଳ ଚାଲିଥିବାବେଳେ ପୁଲିସକୁ କିପରି ଜଣା ପଡ଼ିନାହିଁ, ତାହା ପୁଲିସର କର୍ଯ୍ୟପ୍ରତି ସନ୍ଦେହ ସୃଷ୍ଟି କରୁଛି । ବିଭିନ୍ନ ଗ୍ରାମରେ ଏବେ ଜୁଆ ଖେଳ ଜୋର ଧରିଥିବା ବେଳେ ଅକାରଣରେ ଲୋକେ ନିଜ ମଉଜ ପାଇଁ ପଶୁ ପକ୍ଷୀଙ୍କୁ ଲଢ଼ାଇ ସେମାନଙ୍କର ଜୀବନ ନେବାକୁ ପଛାଉନାହାନ୍ତି । ସବୁଠୁ ବଡ କଥା ହେଳା ଏହାକୁ ପୋଲିସ ପ୍ରଶାସନ ବନ୍ଦ କରିବାକୁ ମଧ୍ୟ ଚେଷ୍ଟା କରୁନାହିଁ ।

 ନୀରବଦ୍ରଷ୍ଟା ସାଜିଛି ପୁଲିସ, ଖୁଲମଖୁଲା ଚାଲିଛି କୁକୁଡ଼ା ଲଢ଼େଇ ଓ ଘୁଡୁଘୁଡ଼ି ପଟି

ଫଳରେ ଜୁଆ ମାଫିଆ ବେଫିକର ହୋଇ ନିଜର କାର୍ଯ୍ୟ କରି ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି । ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଥିବା ବେଳେ କେତେକ ବଡବଡିଆ ଲୋକଙ୍କ ଯୋଗୁଁ ମୁଁହ ବନ୍ଦ କରି ଅଛନ୍ତି । ତୁରନ୍ତ ପୋଲିସ ପ୍ରଶାସନ ଏହା ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରି ଜୁଆଖେଳକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ସଂକ୍ରାନ୍ତରେ କୁଚିଣ୍ଡା ଥାନା ଅଧିକାରୀ ସୋଭାକର ସେଠଙ୍କୁ ପଚାରିବାରୁ ଆଗରୁ କହିଥିଲେ ଚଢ଼ାଉ ହୋଇଥାନ୍ତା ବୋଲି ଉତ୍ତର ରଖିଥିଲେ ।

Comments are closed.