ଭୁବନେଶ୍ୱର: ନଭେମ୍ବର ୨୫: କରୋନା ଏବେ ଲକ୍ଷଣ ବଦଳାଉଛି । ଏଣୁ ସାରଧାରଣ ଥଣ୍ଡା ଜର ହେବା ମାତ୍ରେ ଟେଷ୍ଟ କରିବାର ଉଚିତ୍ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟେଷ୍ଟ କରାଇ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ହୋଇପାରିବା ବୋଲି ସେ କହିଛନ୍ତି ।
ଏବେ ରାଜ୍ୟରେ ବହୁ ଲୋକ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରୁନଥିବା ନଜର ଆସୁଛି । ଏହା ଆଗାମୀ ଦିନରେ ବଡ଼ ବିପଦ ସୃଷ୍ଟି କରିପାରେ । ଏଣୁ ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସତର୍କ କରାଇଛନ୍ତି । ଏହାସହିତ ସେ ଆହରୁ ମଧ୍ୟ କରିଛନ୍ତି ଯେ, ସୁନ୍ଦରଗଡ଼ ଓ ବୁର୍ଲାରେ ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ କିଛି ନିର୍ଦ୍ଦିଷ୍ଟ ପକେଟରେ ସଂକ୍ରମଣ ହେଉଛି । ଭିମସାର ଓ ସୁନ୍ଦରଗଡ଼ରେ ସଂକ୍ରମିତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ବାହାର ପିଲା ଭିତରକୁ ପ୍ରବେଶ କରିବେ ନାହିଁ କିମ୍ବା ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ଏଥିପାଇଁ ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି ।
Comments are closed.