ନୂଆଦିଲ୍ଲୀ : ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଜି ଅନୁଷ୍ଠିତ ହେଉଛି ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେଉଛି । ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶ ଦାତା (ଏନଏସଏ) ଅଜିତ୍ ଡୋଭାଲ୍ ଙ୍କ ଶହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ରହିବେ । ପାକ୍ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତି ହୋଇପାରେ। ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ବିଶ୍ୱରେ ପାକିସ୍ତାନକୁ ନିନ୍ଦା କରାଯାଉଛି ।
ଅନ୍ୟପଟେ,ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପ୍ରତିରକ୍ଷା ବିଭାଗକୁ ଅଧିକ ଶକ୍ତିଶାଳୀ କରିବ ଭାରତ । ଫ୍ରାନ୍ସରୁ କିଣିବ ଆଉ ୨୬ ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ I ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଭର୍ଚୁଆଲ ମିଟିଂରେ ଯୋଗଦେବେ ଫାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ ଲେକର୍ନୁ । ଭାରତ ଫ୍ରାନସ ଠାରୁ ୬୩ ହଜାର କୋଟିର ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ପାଇଁ ଚୁକ୍ତି ସ୍ୱାକ୍ଷର କରିବେ।
୨୬ଟି ରାଫେଲ ମଧ୍ୟରେ ୨୨ଟି ସିଙ୍ଗଲ ସିଟର ଓ ୪ଟି ଟ୍ବିନ ସିଟର ରାଫେଲ ମରିନ ଜେଟ ରହିବ । ଚୁକ୍ତି ସ୍ୱାକ୍ଷରିତ ହେବା ପରେ ୨୦୨୮ରୁ ୨୦୨୯ ମଧ୍ୟରେ ବିମାନର ଡେଲିଭରୀ ଆରମ୍ଭ ହେବ । ୨୦୩୧ ସୁଦ୍ଧା ଭାରତୀୟ ନୌସେନାରେ ସମସ୍ତ ୨୬ଟି ରାଫେଲ ସାମିଲ ହେବ ବୋଲି ଆଶା ରହିଛି ।
ଏହି ବିମାନଗୁଡ଼ିକ ଅମ୍ବାଲା ଏବଂ ହାସିମାରାରେ ବେସରେ ଅବସ୍ଥିତ। ଏହି ନୂତନ ଚୁକ୍ତି ଦ୍ୱାରା ଭାରତରେ ରାଫେଲ ଜେଟ୍ ର ମୋଟ ସଂଖ୍ୟା ୬୨କୁ ବୃଦ୍ଧି ପାଇବ। ବର୍ତ୍ତମାନ ବାୟୁସେନାରେ ୬ଟି ରାଫେଲ୍ ବିମାନ କାର୍ଯ୍ୟକ୍ଷମ ରହିଛି । ସେଗୁଡ଼ିକ ଅମ୍ବାଲା ଓ ହାସିମାରା ବାୟୁସେନା ଘାଟିରେ ମୁତୟନ ରହିଛି।ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏବଂ ଭାରତରେ ଫ୍ରାନ୍ସ ରାଷ୍ଟ୍ରଦୂତ ଉଭୟ ପକ୍ଷର ପ୍ରତିନିଧିତ୍ୱ କରିବେ।