‘ଧନ୍‌ତେରସ’ର ମହତ୍ୱ

ପ୍ରତି ହିନ୍ଦୁ ପରିବାରରେ ସକାଳ ଓ ସଂଧ୍ୟାରେ ଦୀପ ଲଗାଯାଏ । ଏହା ଭଗବାନଙ୍କ ଠାରେ ଆତ୍ମ ସମର୍ପଣର ପ୍ରତୀକ । ସଳିତାକୁ ଆତ୍ମାର ପ୍ରତୀକଭାବେ ବର୍ଣ୍ଣନା କରାଯାଇଛି । ତେଣୁ ପରମାତ୍ମାଙ୍କ ସହ ମିଳନ ପାଇଁ ଆମକୁ ଏ ମଳିନତା ତ୍ୟାଗ କରିବାକୁ ହେବ । ଅଜ୍ଞାନ ବ୍ୟକ୍ତି ସବୁବେଳେ ଅନ୍ଧକାର ମଧ୍ୟରେ ଥାଏ । ନିଜ ପରିବେଶରେ ଘଟୁଥିବା ବିଷୟ ପ୍ରତି ମଧ୍ୟ ସେ ସଚେତନ ନଥାଏ । ଯେତେବେଳେ ସେ କିଛି ପାଇବାକୁ ଚାହେଁ ସେତେବେଳେ ସେ ଆଲୋକର ଆବଶ୍ୟକତା ଅନୁଭବ କରେ ।

ଏ କ୍ଷେତ୍ରରେ ଦୀପଜ୍ଞାନ ଦ୍ୱାରା ଅଜ୍ଞାନତାର ଅନ୍ଧକାର ଦୂରେଇ ଦେବାର ପ୍ରତୀକ । ତେଣୁ ଏହି ଦୀପ କେବଳ ଏକ ସଜ୍ଜା ସାମଗ୍ରୀ ନୁହେଁ । ଏହା ଜ୍ଞାନର ପ୍ରତୀକ । ତେବେ ଆଲୋକର ପର୍ବ ଦୀପାବଳିର ଆରମ୍ଭ ହୁଏ ଧନ୍‌ତେରାସରୁ । ଭାରତର ବ୍ୟବସାୟୀ ସମ୍ପ୍ରଦାୟ ପାଇଁ ଏହା ଆର୍ଥିକ ବର୍ଷ ଆରମ୍ଭର ଦିନ । ମନସ୍କାମନା ପୂର୍ଣ୍ଣ ପାଇଁ ଏହି ଦିନ ଏକ ନିର୍ଦ୍ଧିଷ୍ଟ ସମୟରେ ସୁନା କିମ୍ବା ରୂପା କିଣାଯାଇଥାଏ । ଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି ବିଶ୍ୱାସ ରହିଥାଏ ।

Comments are closed.