ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ୧୪ ବର୍ଷ ଜେଲ୍

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ୍‌ ଦଣ୍ତାଦେଶ । ଏହାସହ ଇମ୍ରାନଙ୍କ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ ଦଣ୍ତ ଦିଆଯାଇଛି । ଶୁକ୍ରବାର ପାକିସ୍ତାନର ରାଓ୍ବଲପିଣ୍ଡିର ଅଦିୟାଲା ଜେଲ୍ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ୧୯୦ ମିଲିୟନ ପାଉଣ୍ଡର ଜୋରିମନା ଲଗାଇଛନ୍ତି । ପୂର୍ବରୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଇମ୍ରାନ ଖାନ ରାଓ୍ବାଲପିଣ୍ଡିର ଏକ ଜେଲରେ ୨୦୨୩ ଅଗଷ୍ଟ ମାସରୁ ବନ୍ଦ ଅଛନ୍ତି । ଏବେ ଟ୍ରଷ୍ଟ ଦୁର୍ନୀତି କେସରେ ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ।ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଇମ୍ରାନ୍‌ଙ୍କ ପତ୍ନୀ ବୁସ୍‌ରା ବିବିଙ୍କୁ ମଧ୍ୟ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଅଲ-କାଦୀର ୟୁନିଭରସିଟି ପ୍ରୋଜେକ୍ଟ ସହ ଜଡ଼ିତ ଭ୍ରଷ୍ଟାଚାର ମାମଲାରେ ଦମ୍ପତ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କ୍ଷମତାର ଦୁରୂପଯୋଗ କରିଥିବା ନେଇ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଅଲକାଦିର ଟ୍ରଷ୍ଟ ଦୁର୍ନୀତି ମାମଲାର ଶୁଣାଣି ୨୦୨୪ ଡିସେମ୍ବର ମାସରେ ହୋଇଥିଲା । ରାଓ୍ବଲପିଣ୍ଡି ଅଦାଲତ ସମସ୍ତ ପକ୍ଷରୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ପୂର୍ବରୁ ଅଦିୟାଲା ଜେଲ୍ ଅଦାଲତ ରାୟ ଶୁଣାଣିକୁ ୩ ଥର ଟାଳିଥିଲେ । ଆଜି ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ରାୟ ଆସିବା ପରେ ତୁରନ୍ତ ବୁଶାରା ବିବିଙ୍କୁ ଆଟକ ରଖିଛି ପୋଲିସ ।

Comments are closed.