ମୂଷା ମସ୍କିଷ୍କରେ ମାନବ ବ୍ରେନ୍‌ ସେଲ

ଅଟିଜିମ୍‌ ରୋଗ ଉପରେ ବୈଜ୍ଞାନିକମାନେ ସର୍ବଦା ବିଭିନ୍ନ ପ୍ରକାର ଗବେଷଣା କରିଥାଆନ୍ତି । ଏହି ଗବେଷଣାରେ ବିଭିନ୍ନ ପ୍ରକାରର ପରୀକ୍ଷଣ ସାମିଲ ଥାଏ । ତେବେ ରିପୋର୍ଟ ଅନୁସାରେ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ କିଛି ନବଜାତ ମୂଷାଙ୍କ ଶରୀରରେ ମଣିଷଙ୍କ ବ୍ରେନ୍‌ ସେଲ ରୋପଣ କରିଛନ୍ତି । ଏହାର ଉଦେଶ୍ୟ ସିଜୋଫ୍ରୋନିଆ ଓ ଅର୍ଟିଜିମ୍‌ ରୋଗ ବିଷୟରେ ଅଧିକ ଗବେଷଣା କରି ଏହାର ଚିକିତ୍ସା ଖୋଜିବା ।

ମୂଷା ମସ୍କିଷ୍କରେ ମାନବ ବ୍ରେନ୍‌ ସେଲ

ମଣିଷଙ୍କ ଉପରେ ଅଧିକ ଗବେଷଣା କରିବା ସମ୍ଭବ ନଥିବାରୁ ଏହାକୁ ମୂଷା ଶରୀରରେ ରୋପଣ କରାଯାଇଛି । ନେଚର ଜର୍ନାଲରେ ପ୍ରକାଶିତ ତଥ୍ୟ ଅନୁସାରେ ମୂଷା ଶରୀରରେ ଏହି ସେଲ ରୋପଣ ପରେ ବିକଶିତ ହେଉଛି । ମୂଷାଙ୍କ ମସ୍ତିଷ୍କରେ ଏହାର ନୁ୍ୟରୋ ସର୍କିଟ ଉତ୍ପତି ହୋଇଥାଏ, ଯାହା ସାହାଯ୍ୟରେ ଜୀବଟି ତାକୁ ମିଳୁଥିବା ତଥ୍ୟକୁ ବିଶ୍ଲେଷଣ କରିଥାଏ, ଚାଲବୁଲ କରିବା ସହିତ ବିଭିନ୍ନ କଥା ମନେ ରଖିଥାଏ । ମୂଷାଙ୍କ ମସ୍ତିଷ୍କରେ ସୃଷ୍ଟିହୋଇଥିବା ସେଲ ହାଇବ୍ରିଡ୍‌ ଅଟେ, କାରଣ ଏଠାରେ ଉଭୟ ମୂଷା ଓ ମଣିଷଙ୍କର ସେଲ ରହିଛି । ତେଣୁ ଏହି ଗବେଷଣା ସମୟରେ କେତେକ ସମସ୍ୟା ଦେଖାଦେଇପାରେ ବୋଲି ଗବେଷକମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଆଗକୁ ଗବେଷଣା ହେଲେ ସମ୍ପୃକ୍ତ ରୋଗର ଚିକିତ୍ସା ବିଷୟରେ ଅଧିକ ତଥ୍ୟ ମିଳିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି ।

Comments are closed.