ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଛି କୁଚିଆ ମଦ କାରବାର

ବୌଦ୍ଧ: ବୌଦ୍ଧ ଏକ କୃଷିପ୍ରଧାନ ଜିଲ୍ଲା ଅଟେ । ଜିଲ୍ଲାର ୮୦ ପ୍ରତିଶତ ଲୋକ ଚାଷ ଓ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ଜିଲ୍ଲା ୩ ଗୋଟି ବ୍ଳକ ଓ ଗୋଟିଏ ଏନଏସିକୁ ନେଇ ଗଠିତ । ଜିଲ୍ଲାଟି ରାଜ୍ୟ ଭୌଗୋଳିକ ମାନଚିତ୍ରରେ ମଧ୍ୟସ୍ଥଳରେ ଅବସ୍ଥିତ ହୋଇଥିବା ବେଳେ କି;ୁ ଜିଲ୍ଲାରେ ବର୍ତ୍ତମାନ ମଦ ଓ ଗଂଜେଇ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ୨୫ରୁ ଉର୍ଦ୍ଧ୍ୱ ଦେଶୀମଦ ଭାଟି ଥିବା ବେଳେ ୧୪ ଗୋଟି ବିଦେଶୀ ମଦ ଦୋକାନ ରହିଛି ।

ରାଜ୍ୟ ସରକାର ରାଜସ୍ୱ ବୃଦ୍ଧି ନେଇ ମଦ ଦୋକାନ ଖୋଲଥିବା ବେଳେ କି;ୁ ବୌଦ୍ଧ ଜିଲ୍ଲାରେ ବେଆଇନ ଭାବେ କୁଚିଆ ମଦ ଦୋକାନ ଛତୁ ଫୁଟିଲା ଭଳି ରହିଛି । ବେଆଇନ କୁଚିଆ ମଦଦୋକାନ ଗୁଡିକ ବିଭିନ୍ନ ଢାବା, ହୋଟେଲ, ପାନ ଦୋକାନ, ଫାଷ୍ଟଫୁଡ ଦୋକାନ ଆଦି ସ୍ଥାନ ଗୁଡିକରେ ଖୁଲମଖୁଲା ଭାବେ ଖୋଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏହା ସହ କୁଚିଆ ମଦ ଦୋକାନ ଗୁଡିକ ବିଭି୍‌ନ୍ନ ଶିକ୍ଷାନୁଷ୍ଠାନ, ଧର୍ମ ଅନୁଷ୍ଠାନ, ମୁଖ୍ୟ ଛକ ଗୁଡିକରେ ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

ଜିଲ୍ଲାରେ ଖୁଲମଖୁଲା ମଦ ବିକ୍ରି ହେବାଯୋଗୁଁ ରାସ୍ତା ଉପରେ ବିଦ୍ୟାଳୟର ଛାତ୍ର୍ରଛାତ୍ରୀ ଓ ମହିଳା ମାନେ ଯିବାଆସିବା କଷ୍ଟକର ହୋଇପଡୁଛି । ସବୁ ସ୍ଥାନରେ ମଦ ବିକ୍ରି ହେଉଥିବା ଯୋଗୁଁ ଅବାଧରେ ଲୋକାମାନେ ଏହାକୁ ପିଇ ବିଭିନ୍ନ ରୋଗରେ ପହୁଛନ୍ତି । ଫଳରେ ଅକାଳରେ ଜୀବନ ଯାଉଥିବା ସହ ଗରୀବ ପରିବାର ଗୁଡିକ ବେସହରା ହୋଇପଡୁଛନ୍ତି । ଖାଲି ଯେ ମଦ ଜିଲ୍ଲାରେ ବେଆଇନ ଭାବେ ବିକ୍ରି ହେଉଛି ଏହା ନୁହେଁ ଜିଲ୍ଲାରେ ବର୍ତ୍ତମାନ ଗଂଜେଇ ଚାଷ ଓ କାରବାର ଏକ ନିତିଦିନିଆ ଘଟଣା ହୋଇପଡିଛି । ଜିଲ୍ଲାର ବେକାର ଯୁବକ ମାନେ କମ ପରିଶ୍ରମରେ ଅଧିକ ଅର୍ଥ ଆଶା ଲୋଭରେ ଗଂଜେଇ ଚାଷ ଓ କାରବାରରେ ଲିପ୍ତ ରହୁଛନ୍ତି । ଜିଲ୍ଲାର ଆଭ୍ୟନ୍ତରଣ ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ ଗୁଡିକରେ ଗଂଜେଇ ଚାଷ ବହୁମାତ୍ରାରେ ହେଉଅଛି । ଜିଲ୍ଲାର ଗଂଜେଇ ମାମଲା ଗୁଡିକ ଦେଖିଲେ ଜିଲ୍ଲାରେ ଗଂଜେଇ ଚାଷ ଓ କାରବାର କିପରି ଚାଲିଛି ସ୍ୱଷ୍ଟ ଜଣାପଡୁଛି ।

ବୌଦ୍ଧ ଜିଲ୍ଲା ଶାନ୍ତ ଜିଲ୍ଲା ହୋଇଥିବା ବେଳେ କି;ୁ ଏବେ ମଦ ଓ ଗଂଜେଇ କବଳରେ । ଜିଲ୍ଲାରେ ଅବକାରି ବିଭାଗ କେବଳ ନାମକୁ ମା୍‌ତ୍ର କିଛି ମାମଲା କରି ଚୁପ ହୋଇ ବସିରହୁଛି । ଅବକାରୀ କର୍ମଚାରୀ ମାନେ କୁଚିଆ ମଦ ଭାଟି ଗୁଡିକରୁ ମାସିକ ବଟି ନେଇ ମାଲେମାଲ ହେଉଥିବାର ଅଭିଯୋଗ ହେଉଛନ୍ତି । ଯଦି ପ୍ରଶାସନ ଏବେଠୁ ମଦ ଓ ଗଂଜେଇ କାରବାର ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଅଗାମୀ ଦିନରେ ଜିଲ୍ଲାଟି ମଦରେ ଭାସିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Comments are closed.