ରାଜଧାନୀରେ କଙ୍ଗାରୁ କୋର୍ଟ ,ସର୍ବ ସମ୍ମୁଖରେ ଆଣ୍ଠେଇଲେ ବାପ-ପୁଅ

ଭୁବନେଶ୍ୱର : ରାଜଧାନୀରେ କଙ୍ଗାରୁ କୋର୍ଟ I ସର୍ବସମ୍ମୁଖରେ କାନ ଧରି ଆଣ୍ଠେଇଲେ ବାପା ଓ ଦୁଇ ପୁଅ I ଘଟଣା ଘଟିଛି ଭୁବନେଶ୍ୱର ବରମୁଣ୍ଡା ଗାଁ ରେ ଇ ଏହି ଅମାନବୀୟ ଘଟଣାରେ ଅପମାନିତ ବୋଧ କରି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ପୁଅ ।

ଘଟନାନୁସାରେ ,ବରମୁଣ୍ଡା ଗାଁ ରେ ୩ ଜଣ ସ୍କୁଲ ପିଲାଙ୍କୁ କମେଣ୍ଟ ମାରି ହଇରାଣ କରୁଥିଲେ ସମ୍ପୃକ୍ତ ୨ ଜଣ ଯୁବକ I ଏହି ଘଟଣାକୁ ନେଇ ଗାଁରେ ଦେଖାଦେଇଥିଲା ତୀବ୍ର ଉତ୍ତେଜନା। ଏ ବିଷୟରେ ନିଷ୍ପତି ନେବାପାଇଁ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ଉକ୍ତ କୋର୍ଟରେ ଅଭିଯୁକ୍ତ ୨ ଯୁବକଙ୍କ ସହିତ ତାଙ୍କ ବାପାଙ୍କୁ ମଧ୍ୟ ଡକାଯାଇଥିଲା I ଏହାପରେ କଙ୍ଗାରୁ କୋର୍ଟର ଫଇସଲା ଅନୁସାରେ ତାଙ୍କ ପରିବାରକୁ ଏକ ଘରକିଆ କରିବାକୁ ଚେତେଇବା ସହ ନିଆଁ ପାଣି ବନ୍ଦ କରିବାକୁ ନିଷ୍ପତି ହୋଇଥିଲା । ଏଥି ସହିତ ୩ ଜଣଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ସର୍ବ ସମ୍ମୁଖରେ କାନଧରୀ ଆଣ୍ଠେଇ ଦିଆଯାଇଥିଲା I

ଏହି ଘଟଣାରେ ଅପମାନିତ ହୋଇ ଜଣେ ଯୁବକ ଘରକୁ ଆସି ଫିନାଇଲ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ I ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ୨ ଜଣଙ୍କୁ ଅଟକ ରଖିଛି । ଏଥିସହ ଏଥିରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ କହିଛନ୍ତି।

Comments are closed.