ଆଜି ଲର୍ଡ୍ସ ଦ୍ୱିତୀୟ ଦିନିକିଆ: ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ଭାରତ

ଲର୍ଡ୍ସ : ଲଣ୍ଡନର ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଗୁରୁବାର ଭାରତ ଓ ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୫.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ । ସୋନି ନେଟ୍‌ୱର୍କରେ ଦର୍ଶକ ଏହି ମ୍ୟାଚ୍‌ର ସିଧା ପ୍ରସାରଣ ଦେଖିପାରିବେ ।

୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଭାରତ ୧୦ ୱିକେଟ୍‌ରେ ବୃହତ୍ତ ବିଜୟ ହାସଲ କରିଥିଲା । କେନିଂଟନ୍‌ ଓଭାଲରେ ଖେଳାଯାଇଥିବା ମ୍ୟାଚ୍‌ରେ ଦ୍ରୁତବୋଲର ଯଶପ୍ରୀତ ବୁମ୍‌ରା ୬ଟି ଓ ମହମ୍ମଦ ସାମି ୩ଟି ୱିକେଟ୍‌ ଅକ୍ତିଆର କରି ଇଂଲଣ୍ଡର ବ୍ୟାଟିଂ ଯବନିକା ଟାଣିଥିଲେ । ତେଣୁ ଇଂଲଣ୍ଡ ୨୫.୨ ଓଭରରେ ୧୧୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ୱିକେଟ୍‌ ଝଡ଼ିବାକୁ ସୁଯୋଗ ଦେଇ ନଥିଲେ । ଅତ୍ୟନ୍ତ ସହଜସାଧ୍ୟ ବିଜୟଲକ୍ଷ୍ୟକୁ ଭାରତ ୧୮.୪ ଓଭରରେ ହାସଲ କରି ନେଇଥିଲା । ଅଧିନାୟକ ରୋହିତ ଶର୍ମା ୭୬ ରନ୍‌ ଏବଂ ଶିଖର ଧାୱନ ୩୧ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ତେଣୁ ଭାରତ ଏହି ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି । ଗୁରୁବାର ମ୍ୟାଚ୍‌ରେ ଭାରତ ଲର୍ଡ୍ସରେ ବିଜୟ ଧ୍ୱଜା ଉଡ଼ାଇ ଆଗୁଆ ଶୃଙ୍ଖଳା କବ୍‌ଜା କରିବା ଲକ୍ଷ୍ୟରେ ରହିଛି ।

ଆଜି ଲର୍ଡ୍ସ ଦ୍ୱିତୀୟ ଦିନିକିଆ: ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ଭାରତ

ପ୍ରଥମ ଦିନିକିଆରେ ଇଂଲଣ୍ଡର ଜାସନ ରଏ, ଜୋ ରୁଟ୍‌, ବେନ୍‌ ଷ୍ଟୋକ୍ସ ଓ ଲିଆମ ଲିଭିଙ୍ଗ୍‌ଷ୍ଟୋନଙ୍କ ପରି ଦକ୍ଷ ଖେଳାଳି ଫେଲ୍‌ ମାରିବାରୁ ଇଂଲଣ୍ଡ ବଡ଼ ସ୍କୋର୍‌ କରିବାରେ ସଫଳ ହୋଇ ନଥିଲା । ପ୍ରଥମ ମ୍ୟାଚ୍‌ର ଖରାପ ପ୍ରଦର୍ଶନରେ ସୁଧାର ଆଣି ଜମାଣିଆ ବ୍ୟାଟିଂ କରିବାକୁ ଇଂଲଣ୍ଡ ନୂଆ ରଣନୀତି ସହ ଲର୍ଡ୍ସ ମଇଦାନକୁ ଓହ୍ଲାଇବ । ସାମାନ୍ୟତମ ଭୁଲ୍‌ ହେଲେ ଭାରତ ଏହାର ଫାଇଦା ନେଇ ୨-୦ରେ ଶୃଙ୍ଖଳା ଜିତିଯିବାର ଭୟ ଇଂଲଣ୍ଡକୁ ଘାରିଛି । କାରଣ ଟି-୨୦ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୨-୧ରେ ପରାଜିତ ହୋଇସାରିଛି । ତେଣୁ ଦିନିକିଆରେ ଟ୍ରଫି ହାସଲ କରି ହିସାବ ବରାବର କରିବାକୁ ଇଂଲଣ୍ଡ ଯୋଜନା କରିଛି ।

ଆଜି ଲର୍ଡ୍ସ ଦ୍ୱିତୀୟ ଦିନିକିଆ: ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ଭାରତ

ଲର୍ଡ୍ସରେ ଉଭୟ ବ୍ୟାଟର୍‌ ଓ ବୋଲରଙ୍କୁ ସହାୟତା ମିଳିବ । ପ୍ରଥମ ଇନିଂସ୍‌ରେ ୨୪୦ରୁ ୨୫୦ ରନ୍‌ ମଧ୍ୟରେ ସ୍କୋର ହେବାର ସମ୍ଭାବନା ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ଲର୍ଡ୍ସରେ ୩୧ ଥର ଜିତିଥିବା ବେଳେ ରନ୍‌କୁ ପିଛା କରିଥିବା ୩୩ ଥର ବିଜୟୀ ହୋଇଛନ୍ତି । ତେଣୁ ଦର୍ଶକ ଗୁରୁବାର ସନ୍ଧ୍ୟାରେ ଏକ ଟକ୍‌ରାଟକରି ମ୍ୟାଚ୍‌ ଦେଖିବାକୁ ଆଶାୟୀ ଅଛନ୍ତି । ଗୁରୁବାରର ତାପମାତ୍ରା ୩୧ଂ ମଧ୍ୟରେ ରହିବ । ବର୍ଷା ସମ୍ଭାବନା ନଥିବାରୁ ଏକ ପୂର୍ଣ୍ଣକାଳୀନ ମ୍ୟାଚ୍‌ ଦେଖିବାକୁ ମିଳିବ ।

ସମ୍ଭାବ୍ୟ ଦଳ:
ଇଂଲଣ୍ଡ: ଜାସନ ରଏ, ଜନୀ ବେୟାରଷ୍ଟୋ, ଜୋ ରୁଟ୍‌, ଜୋସ୍‌ ବଟ୍‌ଲର, ଲିଆମ ଲିଭିଂଷ୍ଟୋନ, ବେନ୍‌ ଷ୍ଟୋକ୍ସ, ମୋଇନ ଅଲ୍ଲୀ, ଡେଭିଡ ୱିଲୀ, ସାମ କୁରନ, ବ୍ରେଡନ କାର୍ସେ, ରେସି ଟପ୍‌ଲେ ।

ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି/ଶ୍ରେୟାସ ଆୟର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, ସାର୍ଦ୍ଦୁଲ ଠାକୁର/ମହମ୍ମଦ ଶିରାଜ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ।

Comments are closed.