ମୁମ୍ବାଇ ଟେଷ୍ଟ ସିରିଜ୍‌ରେ ଭାରତ ବିଜୟ

ମୁମ୍ବାଇ: ଆଜି ଟେଷ୍ଟ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆ ପୁଣି ଥରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଟେଷ୍ଟ ର୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଅଧିକାର କରିଛି । ଏହାହସିତ ଭାରତରେ ବର୍ତ୍ତମାନ (୧୨୪ ପଏଣ୍ଟ) ଥିବାବେଳେ କିୱି ଦଳ (୧୨୧ ପଏଣ୍ଟ) ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ।
ହେଲେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ତାଲିକାରେ ଟିମ୍‌ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି ।

ସୂଚନା ଥାଉଯେ, ପ୍ରଥମ କାନପୁର ଟେଷ୍ଟକୁ ଡ୍ର ରଖିବା ନୁ୍ୟଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟରେ ବହୁ ରନ୍‌ ବ୍ୟବଧାନରେ ଭାରତ ଠାରୁ ପରାସ୍ତ ହୋଇଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ ଆଜି ଚତୁର୍ଥ ଦିନରେ ମାତ୍ର ୪୫ ମିନିଟେରେ ଶେଷ ହୋଇଯାଇଥିଲା । ଏଥିରେ ଘରୋଇ ଦଳ ନୁ୍ୟଜିଲ୍ୟାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଦୁଇଟି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୦ରେ ଜିତିଛି । ଭାରତୀୟ ଦଳ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍‌ ହରାଇ ୩୨୫ ରନ୍‌ କରିଥିଲା ବେଳେ ଦ୍ୱିତୀୟ ଇନିଂସରେ ଦଳ ୭ ୱିକେଟ୍‌ ହରାଇ ୨୭୬ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା । ସେହିପରି ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଆଉ ୫୪୦ ରନ୍‌ରେ ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସରେ ଆଜି ୧୬୭ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା ।

ସେହିପରି ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୫୦ ଓ ଦ୍ୱିତୀୟ ଇନିଂସରେ ୬୨ ରନ୍‌ କରିଥିବା ମୟଙ୍କ ଅଗ୍ରୱାଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପ୍ରଦାନ କରାଯାଇଛି । ସେହିଭଳି ଦୁଇଟି ଯାକ ମ୍ୟାଚ୍‌ରେ ମୋଟ ୧୪ଟି ୱିକେଟ୍‌ ନେବା ସହ ୭୦ ରନ୍‌ କରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପୁରସ୍କାର ପ୍ରଦାନ କରାଯାଇଛି ।
ଗତକାଲି ନୁ୍ୟଜିଲ୍ୟାଣ୍ଡ ତୃତୀୟ ଦିବସରେ ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ୱିକେଟ୍‌ ହରାଇ ୧୪୦ ରନ୍‌ କରିଥିଲା । ହେନରୀ ନିକୋଲ୍‌ସ ୩୬ ଓ ରାଚିନ ରବୀନ୍ଦ୍ର ୨ ରନ୍‌ କରି ଅପରାଜିତ ରହିଥିଲେ । ଆଜି ଏହି ଦୁଇ ଜଣ ପୁଣି ଦଳୀୟ ସ୍କୋରକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇ ଭଲ ପ୍ରଦର୍ଶନ କରିଥିଲେ ।

Comments are closed.