ଭାରତରେ ବନ୍ଦ ହେଲା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟ

0

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଆକ୍ସନ । ଭାରତରେ ବନ୍ଦ ହେଲା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ’ଏକ୍ସ’ଆକାଉଣ୍ଟ । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏକ୍ସ’ ଆକାଉଣ୍ଟକୁ ନିଷିଦ୍ଧ ଘୋଷଣା କରିଛନ୍ତି ଭାରତ ସରକାର । କାଶ୍ମୀର ସମ୍ପର୍କରେ ଖ୍ବାଜା ଉତ୍ତେଜନାମୂଳକ ଭୁଲ ତଥ୍ୟ ପ୍ରଚାର କରୁଥିବା ଏବଂ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହିତ ଓ ସମର୍ଥନ କରୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନ ନାନା ପ୍ରକାର ବିଭ୍ରାନ୍ତିକର ତଥ୍ୟ ପ୍ରଘଟ କରିଚାଲିଛି।

ଅନ୍ୟପଟେ,ପହଲଗାମ ଘଟଣା ପରେ ପରେ ପାକିସ୍ତାନ ଉପରେ କଠୋର ହୋଇଛି ଭାରତ । ପାକିସ୍ତାନ ବିରୋଧରେ ଗୋଟିଏ ଶକ୍ତିଶାଳୀ ପଦକ୍ଷେପ ଗ୍ରହଣ କରୁଛି । ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି ଏବଂ ଅଟାରୀ ଚେକପୋଷ୍ଟକୁ ବନ୍ଦ କରାଯାଇଛି । ସେହିପରି ଗତକାଲି ପାକିସ୍ତାନ ଉପରେ ଡିଜିଟାଲ ଆକ୍ରମଣ କରି ୧୬ ଟି ୟୁଟ୍ୟୁବ ଚାନେଲ ସହ କେତେକ ପାକିସ୍ତାନୀ ଟିଭି ଚାନେଲକୁ ମଧ୍ୟ ବନ୍ଦ କରାଯାଇଛି । ଏହାକୁ ନେଇ ବିଳିବିଳେଇ ଉଠିଛି ପାକିସ୍ତାନ । କାରଣ ଯୁଦ୍ଧରେ ଭାରତକୁ ହରାଇବା ସମ୍ଭବ ନୁହେଁ,ଏକଥା ପାକିସ୍ତାନ ଭଲ ଭାବେ ଜାଣିଛି । ହେଲେ ମୁହଁ ଟାଣ କରି ଓଲଟା ପରମାଣୁ ଆକ୍ରମଣର କଥା କହି ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି ଯେକୌଣସି ସମୟରେ ଆକ୍ରମଣ କରିପାରେ ଭାରତ । ଏଥିପାଇଁ ଆମ ସୈନ୍ୟଙ୍କୁ ମୁତୟନ କରିସାରିଛୁ । ପାକିସ୍ତାନକୁ ବିପଦ ଆସିଲେ ପରମାଣୁ ଆକ୍ରମଣ ହେବ । ଏହି ବୟାନ ପରେ ତାଙ୍କ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି ।

Leave A Reply

Your email address will not be published.