ଭାରତ, ଇସ୍ରାଏଲ୍‌, ୟୁଏଇ ଏବଂ ୟୁକ୍ତରାଷ୍ଟ୍ର ମିଶି କରିବେ ସଙ୍ଗଠନ: ଆସନ୍ତା ମାସରେ ବୈଠକ

ୱାସିଂଟନ୍‌: ଜୁନ୍‌ ୧୫: ଭାରତ, ଇସ୍ରାଏଲ୍‌ , ୟୁଏଇ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମିଶି ଖୁବ୍‌ ଶିଘ୍ର ଏକ ସଙ୍ଗଠନ କରିବାକୁ ଯାଉଛନ୍ତି । ସେହି ସଙ୍ଗଠନର ନାମ- ‘ଆଇ୨ୟୁ୨ ସଙ୍ଗଠନ’ । ତେବେ ଏନେଇ ଏକ ଚୁକ୍ତି ତିଆରି ହୋଇସାରିଛି । ଆଗାମୀ ମାସରେ ଏହି ସଙ୍ଗଠନର ପ୍ରଥମ ଭର୍ଚୁ୍ୟଆଲ୍‌ ଶିଖର ବୈଠକ ଆୟୋଜନ ହେବ ।

ସୂଚନା ଅନୁସାରେ, ପ୍ରଥମ ଭର୍ଚୁ୍ୟଆଲ୍‌ ଶିଖର ବୈଠକରେ ବିଭିନ୍ନ ଦେଶରେ ଉଠିଥିବା ଖାଦ୍ୟ ସଙ୍କଟ ଏବଂ ସହଯୋଗର ଅନ୍ୟାନ୍ୟ କ୍ଷେତ୍ର ସଂକ୍ରାନ୍ତରେ ଆଲୋଚନା କରାଯିବ ।

ସମଗ୍ର ବିଶ୍ୱରେ ଆମେରିକାର ମିତ୍ରରାଷ୍ଟ୍ରମାନଙ୍କୁ ପୁନଃଜାଗ୍ରତ କରିବା ଲାଗି ଏହା ହେଉଛି ବାଇଡେନ୍‌ ପ୍ରଶାସନ ଉଦ୍ୟମ ଅଂଶବିଶେଷ ବୋଲି ହ୍ୱାଇଟ୍‌ ହାଉସ୍‌ ରିପୋର୍ଟରେ ପ୍ରକାଶ କରିଛି । ଉକ୍ତ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌, ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫ୍‌ଟାଲି ବେନେଟ୍‌ ଏବଂ ୟୁଏଇର ରାଷ୍ଟ୍ରପତି ମହମ୍ମଦ୍‌ ବିନ୍‌ ଜାୟେଦ ଅଲ୍‌ ନହ୍ୟାନ୍‌ ଯୋଗ ଦେବେ ।

Comments are closed.