ଦୁବାଇରେ ଚାଲିଛି ଫାଇନାଲ ଲଢେଇ: 252 ରନ ଟାର୍ଗେଟର ପିଛା କରୁଛି ଟିମ ଇଣ୍ଡିଆ

0

ସମୟ ବ୍ୟୁରୋ:ଟିମ୍ ଇଣ୍ଡିଆକୁ ୨୫୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ୍। ୫୦ ଓଭରରେ ନ୍ୟୁଜିଲାଣ୍ଡ୍ ୭ ୱିକେଟ ହରାଇ ୨୫୧ ରନ୍ କରିଛି। ଆଇସିସି ଚମ୍ପିଆନ୍ସିପ ଟ୍ରଫି ହାତେଇବା ପାଈଁ ଭାରତକୁ ଦରକାର 252 ରନ। ଅଧିନାୟକ ରୋହିତ ଶର୍ମା ଅଧିନାୟକ ପାଳି ଖେଳିଛନ୍ତି। ଗିଲ ଓ କୋହଲି ନିରାଶ କରିଛନ୍ତି।ନ୍ୟୁଜିଲାଣ୍ଡ୍ ବ୍ୟାଟସମ୍ୟାନଙ୍କ ମଧ୍ୟରେ କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ଆତଙ୍କ ସୃଷ୍ଟି କରିଥିଲେ।ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ସ୍ପିନ୍ ଯାଦୁ ଯୋଗୁ ମାତ୍ର ୩ ଓଭର ମଧ୍ୟରେ ନ୍ୟୁଜିଲାଣ୍ଡ୍‌ର ୩ ପ୍ରମୁଖ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ।

ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା

Leave A Reply

Your email address will not be published.