ବୁମରାହଙ୍କ ଘାତକ ବୋଲିଂ,୧୧୦ ରନରେ ଇଂଲଣ୍ଡ ଅଲଆଉଟ

ଲଣ୍ଡନ : ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଭାରତ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି । ବୁମରାହଙ୍କ ବୋଲିଂରେ ଧରାଶୀୟୀ ହୋଇଛି ଇଂଲଣ୍ଡ ଦଳ । ୨୫ ଓଭର ଖେଳି ମାତ୍ର ୧୧୦ ରନରେ ଦଳ ଅଲଆଉଟ ହୋଇଯାଇଛି । ବୁମରାହ ଏହି ମ୍ୟାଚରେ ୬ ୱିକେଟ ନେଇଛନ୍ତି । ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ । ହେଲେ ଆରମ୍ଭରୁ ଇଂଲଣ୍ଡର ଟପ ଅର୍ଡର ଭୁଶୁଡି ପଡିଥିଲା । ଦଳ ପକ୍ଷରୁ କେବଳ ଜୋସ ବଟଲର ୩୦, ଡେଭିଡ ୱିଲି ୨୧ କରିଥିଲେ । ସେହିପରି ଜାସନ ରଏ, ଜୋ ରୁଟ, ବେଲ ଷ୍ଟୋକ୍ସ, ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଭଳି ଖେଳାଳି ଖାତା ଖୋଲି ପାରିନଥିଲେ । ଫଳରେ ଦଳ ମାତ୍ର ୨୫ ଓଭରରେ ୧୧୦ ରନ କରି ଅଲଆଉଟ ହୋଇଯାଇଥିଲା ।

ବୁମରାହଙ୍କ ଘାତକ ବୋଲିଂ,୧୧୦ ରନରେ ଇଂଲଣ୍ଡ ଅଲଆଉଟ

ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ପରେ ଭାରତୀୟ କ୍ରିକେଟ୍‌ ଦଳ ଏବେ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଉପରେ ନଜର ପକାଇଛି । ଆଜିଠୁ ଆରମ୍ଭ ହେଉଥିବା ଏହି ଶୃଙ୍ଖଳାରେ ନିର୍ଭିକ କ୍ରିକେଟ୍‌ ଖେଳିବା ଲକ୍ଷ୍ୟରେ ରହିଛି ରୋହିତ ସେନା । ତେବେ ଟେ୍ୱଣ୍ଟି-୨୦ ସଫଳତା ଧାରାକୁ ଏକଦିବସୀୟକୁ ଲମ୍ବାଇବାକୁ ହେଲେ ବିଶ୍ୱବିଜେତା ଇଂଲଣ୍ଡର ଦୁର୍ବଳତା ବୁଝି ସେହି ଅନୁସାରେ ଖେଳିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଆଗକୁ ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ ଥିଲେ ମଧ୍ୟ ଭାରତ ପାଇଁ ଏହି ୫୦ ଓଭରିଆ ଶୃଙ୍ଖଳାର ଢେର ଗୁରୁତ୍ୱ ରହିବ ବୋଲି ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରି ଦେଇଛନ୍ତି ।

Comments are closed.