ଷ୍ଟାଡିଅମକୁ ନିଆଯିବନି କୌଣସି ଜିନିଷ, ଖାଲି ଫୋନ ଓ ଚଷମାକୁ ଅନୁମତି

କଟକ: ଜୁନ ୧୧: କଟକର ବାରବାଟୀ ଟି-୨୦ ପାଇଁ ଡିସିପି ପିନାକ ମିଶ୍ର କଟକ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଲାଗି ୬୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଅପରାହ@ ୩ଟାରେ ବାରବାଟୀ ଷ୍ଟାଡିୟମର ଗେଟ ଖୋଲିବ । ପ୍ରବେଶ ଟିକେଟ ଓ ଗେଟ ନମ୍ବର ସ୍ପଷ୍ଟ ଭାବେ ଟିକେଟରେ ରହିଛି । ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଲାଠି, ଦିଆସିଲି, ଲାଇଟର, ବ୍ୟାଗ ଓ ହେଲମେଟ ଆଦି ନେବାକୁ ଅନୁମତି ନାହିଁ । କେବଳ ମୋବାଇଲ ଓ ଚଷମା ନେଇ ଭିତରକୁ ଯାଇ ପାରିବେ । ସାଙ୍ଗରେ ଖୁଚୁରା କଏନ ନ ଆଣିବାକୁ ଅନୁରୋଧ କରାଯାଇଛି । ସେ ଆହୁରି କହିଛନ୍ତି, ଓସିଏ ପକ୍ଷରୁ ପାଣି ଓ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଟିକେଟରେ ଉଲ୍ଲେଖ କରାଯାଇଛି ମାସ୍କ ବାଧ୍ୟତାମୂଳକ ରହିଛି । ଏଣୁ ବିନା ମାସ୍କରେ ପ୍ରବେଶ ବାରଣ କରାଯିବ । ଦର୍ଶକଙ୍କ ଲାଗି ଦୁଇଟି ପାର୍କିଂ ରହିଛି, ପାର୍କିଂରେ ହେଲମେଟ ରଖି ଆସିବେ । ସୂଚନାଯୋଗ୍ୟ, ବାରବାଟୀ ଟି-୨୦ ପାଇଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ ଗତକାଲି ପହଞ୍ଚିଥିଲେ । ଆଜି ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟିମ୍‌ ଖେଳାଳି ଅଭ୍ୟାସ କରୁଛନ୍ତି ।

Comments are closed.