ନୂଆଦିଲ୍ଲୀ : ଭାରତୀୟ ପୁରୁଷ ଭଲିବଲ ଦଳ ୧୮ ବର୍ଷରୁ କମ୍ ଏସିଆନ୍ ଭଲିବଲ ଚାମ୍ପିଅନ୍ସିପ୍ରେ ବ୍ରୋଞ୍ଜ ପଦକ ଜିତିଛି । ସୋମବାର ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତୀୟ ଦଳ ୩-୨ ଗେମ୍ରେ କୋରିଆକୁ ଧରାଶାୟୀ କରି ବ୍ରୋଞ୍ଜ ପଦକ ସଫଳତା ହାସଲ କରିଛି । ଏହି ପ୍ରତିଯୋଗିତାରେ ତେହେରାନରେ ଅନୁଷ୍ଠିତ ହୋଇଥିଲା ।
ଭାରତ ପ୍ରଥମ ଗେମ୍ରେ ୨୫-୨୦, ଦ୍ୱିତୀୟ ଗେମ୍ରେ ୨୫-୨୧ରେ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ଦୁଇଟି ଗେମ୍ରେ କୋରିଆ ୨୮-୨୬, ୨୫-୧୯ରେ ଜିତିଥିଲା । କି;ୁ ଶେଷ ମୁକାବିଲାରେ ଭାରତ ୧୫-୧୨ ବ୍ୟବଧାନରେ ବିଜୟୀ ହୋଇ ପଦକ ନିଶ୍ଚିତ କରିଥିଲା ।
ଆଶିଷ ଅଶ୍ୱିନ, ଆର୍ଯ୍ୟନ ବଳିୟାନ, କୃଷ ସିଂ ଏବଂ କାର୍ତ୍ତିକ ଶର୍ମା ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରବିବାର ସେମିଫାଇନାଲ ମୁକାବିଲାରେ ଭାରତ ଇରାନ ନିକଟରୁ ହାରିଯାଇଥିଲା । ଏହି ପ୍ରତିଯୋଗିତାରେ ଚୀନ ପଞ୍ଚମ ସ୍ଥାନ ଓ ଚାଇନିଜ ତାଇପେଇ ଷଷ୍ଠ ସ୍ଥାନରେ ରହିଛନ୍ତି ।
Comments are closed.