ଦିଲ୍ଲୀ: ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଜଣେ ଡାକ୍ତର ଅଭାବନୀୟ ଘଟଣା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡୀ ଓ ବିଶିଷ୍ଠ ବ୍ୟବସାୟୀ ଗୌତମ ଆଦାନୀଙ୍କ ନାମରେ ଅଭିଯୋଗ ଦାଖଲ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଡାକ୍ତର ଜଣଙ୍କ ଦୁର୍ନୀତି, ପେଗାସସ୍ ସମେତ ଅନେକ ପ୍ରସଙ୍ଗକୁ ନେଇ ସେହି ମାମଲା ଦାଖଲ କରିଛନ୍ତି ବୋଲି ସୂଚନା ମିଳିଛି । ତାଙ୍କ ଅଭିଯୋଗ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ, ବ୍ୟବସାୟୀ ଗୌତମ ଆଦାନୀ ଓ ମାମଲାରେ ରହିଥିବା ଅନ୍ୟ ଲୋକମାନେ ଆମେରିକାରେ ବହୁ ପରିମାଣର ନଗଦ ଟଙ୍କାକୁ ବଦଳାଇବାରେ ଲାଗିଛନ୍ତି । ଏହାସହ ରାଜନୈତିକ ବିରୋଧୀଙ୍କ ବିରୋଧରେ ପେଗାସସ୍ ସ୍ପାଇେୱୟାର ଭଳି ସଫଫେୱୟାର ବ୍ୟବହାର କରି ସେମାନଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ସମସ୍ତ ଖବର ରଖୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଓ ଗୌତମ ଆଦାନୀଙ୍କ ବିରୋଧରେ ରିଜମଣ୍ଡର ଗେଷ୍ଟ୍ରୋଏଣ୍ଟେଲୋଜିଷ୍ଟ ଲୋକେଶ ବୁୟୁର ଏହି ମାମଲା ରୁଜୁ କରିଛନ୍ତି । ହାସ୍ୟସ୍ପଦ କଥା ହେଲା ଯେ, ତାଙ୍କ ପାଖରେ କିଛି ସାକ୍ଷୀ ପ୍ରମାଣ ନଥାଇ ସେ ଏଭଳି ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ବିଶ୍ୱ ଅର୍ଥନୈତିକ ଫୋରମର ଚେୟାରମ୍ୟାନ ପ୍ରଫେସର କ୍ଳାସ ଏମ ସ୍ୱାବଙ୍କର ନାମ ମଧ୍ୟ ରହିଛି ।
ସୂଚନା ଥାଉଯେ , ଏହି ମାମଲାରେ ମେ ୨୪ ତାରିଖରେ ଦାଖଲ କରାଯାଇଥିଲା । ଏହାପରେ କୋର୍ଟ ଦ୍ୱାରା ଜୁଲାଇ ୨୨ ତାରିଖରେ ନୋଟିସ ଜାରି କରାଯାଇଥିଲା । ଏହି ନୋଟିସକୁ ଅଗଷ୍ଟ ୪ ତାରିଖରେ ଭାରତ ପଠାଯାଇଥିଲା ।
Comments are closed.