ଜମ୍ମୁ ଓ କାଶ୍ମୀର: ଜୁନ ୭: ଜମ୍ମୁ ଓ କାଶ୍ମୀରର କୁପୱାଡ଼ା ଜିଲ୍ଲା କତରାସ କାଣ୍ଡିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟ । ଏଥିରେ ଜଣେ ପାକ୍ ଆତଙ୍କବାଦୀ ସମେତ ୨ ଜଣ ଲସ୍କର ଇ ତଏବା ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । କାଶ୍ମୀର ପୋଲିସ ଅଧିକାରୀ ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, କତରାସ କାଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଯାହା ପରେ ଭାରତୀୟ ସେନା, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଦଳ ଏହି ଅଞ୍ଚଳକୁ ଘେରି ରହିଥିଲେ । ତା ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ମଧ୍ୟ ଏହାର ପ୍ରତିଶୋଧ ନେଇଛନ୍ତି । ଯେଉଁଥିରେ ଦୁଇଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଥିଲେ । ଗତକାଲି ସନ୍ଧ୍ୟାରେ ମଧ୍ୟ ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋରରେ ଏକ ଏନକାଉଣ୍ଟରରେ ଲସ୍କର-ଇ-ତାଇବାର ଆଉ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସର୍ଚ୍ଚ ଅପରେସନ୍ ଇଲାକାରୁ ଏକ ଏକେ-୪୭ ରାଇଫଲ, ୫ ମ୍ୟାଗାଜିନ୍ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ।
Comments are closed.