ମହାରାଷ୍ଟ୍ର: ଉଚ୍ଚତା ମାତ୍ର ୩ ଫୁଟ୍ ୪ ଇଞ୍ଚ କିନ୍ତୁ ବିଶ୍ୱ ରେକର୍ଡର ଅଧିକାରୀ । ନିଜ ସ୍ୱପ୍ନକୁ ସତରେ ପରିଣତ କରି ଦେଖାଇଛନ୍ତି ଭାରତୀୟ ବଡି ବିଲïର ପ୍ରତୀକ ବିଟ୍ଟଲ ମୋହିତେ । ଦିନେ ଉଚ୍ଚତା ପାଇଁ ଲୋକଙ୍କଠାରୁ ପରିହାସ ପାଉଥିବା ପ୍ରତୀକ ଆଜି ସମଗ୍ର ବିଶ୍ୱରେ ପରିଚିତ । ଦୁନିଆର ସବୁଠୁ ଛୋଟ ବଡି ବିଲïର ଭାବେ ବିଶ୍ୱ ରେକର୍ଡ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି । ତାଙ୍କ ନାମ ଗିନିଜ ୱାଲïର୍ ରେକର୍ଡରେ ସ୍ଥାନ ପାଇଛି । ପ୍ରତୀକଙ୍କ କହିବା ଅନୁଯାୟୀ ସେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ପରାମର୍ଶ ପାଇ ଏହି ରେକର୍ଡ ପାଇଁ ଆବେଦନ କରିଥିଲେ ଏବଂ ଟାଇଟଲକୁ ନିଜ ନାଁରେ କରିଥିଲେ । ଗିନିଜ୍ ୱାଲïର୍ ରେକଡ ର୍ଅଫିସିଆଲ ୟୁଟୁ୍ୟବ ଚ୍ୟାନେଲରେ ପ୍ରତୀକଙ୍କ ବିଶ୍ୱ ଟାଇଟଲର ଯାତ୍ରା ବିଷୟର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ପ୍ରତୀକଙ୍କ ଜୀବନଶୈଳୀ ଏବଂ ସେ କିପରି ଭାବରେ ତାଙ୍କ ବିଜୟ ନିଶ୍ଚିତ କରିଛନ୍ତି ସେବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଗିନିଜ ୱାଲïର୍ ରେକର୍ଡର ଟାଇଟଲ ଜିତିବା ତାଙ୍କର ସ୍ୱପ୍ନ ଥିଲା ଏବଂ ଏହାକୁ ହାସଲ କରିବା ଅତ୍ୟନ୍ତ ସୁନ୍ଦର ସମ୍ମାନ । ସେ ବହୁତ ଖୁସି ଅଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ତାଙ୍କ କ୍ୟାରିଅରର ସବୁଠାରୁ ବଡ଼ ସଫଳତା ବୋଲି ପ୍ରତୀକ ଭିଡିଓରେ କହିଛନ୍ତି । ମହାରାଷ୍ଟ୍ରରେ ରହୁଥିବା ପ୍ରତୀକ ଜନ୍ମ ସମୟରୁ ହିଁ ତାଙ୍କର ହାତଗୋଡ଼ ସାମାନ୍ୟଠାରୁ ବହୁତ ଛୋଟ ଥିଲା । ଭବିଷ୍ୟତରେ ଯିବାଆସିବାରେ ପ୍ରତୀକଙ୍କୁ ସାହାର ଦରକାର ବୋଲି ସେତେବେଳେ ଡାକ୍ତରମାନେ କହିଥିଲେ । ଏହାକୁ ନେଇ ଲୋକମାନେ ସର୍ବଦା ଥଟ୍ଟା ପରିହାସ କରୁଥିଲେ ଏବଂ ବାମନ କହି ଡାକୁଥିଲେ । ହେଲେ ପ୍ରତୀକ କେବେ ବି ହାର ମାନି ନାହାନ୍ତି ଏବଂ ଏସବୁକୁ ଉପେକ୍ଷା କରି ସେ ବଡି ବିଲïିଂ ଆରମ୍ଭ କରିଥିଲେ । ଆରମ୍ଭରେ ସେ ତାଙ୍କ ମାମୁଁଠାରୁ ପ୍ରେରିତ ହେଉଥିଲେ । ୧୬ ବର୍ଷ ବୟସରୁ ହିଁ ଯୋଗ ଏବଂ ବାୟାମ କରିବା ଆରମ୍ଭ କରିଦେଇଥିଲେ । ଗତ ୩ ବର୍ଷ ମଧ୍ୟରେ ସେ ୪୦ରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇସାରିଛନ୍ତି । ଆଗାମୀ ଦିନେ ମିଷ୍ଟର ୱାଲïର୍ ଚାମ୍ପିୟନସିପ୍ ଜିତିବା ତାଙ୍କର ଲକ୍ଷ୍ୟ ବୋଲି ପ୍ରତୀକ କହିଛନ୍ତି ।
Comments are closed.