ବିବିସି ପ୍ରସାରଣକୁ ନେଇ କଡା ଚେତାବନୀ ଦେଲେ ଭାରତ ସରକାର

0

ନୂଆଦିଲ୍ଲୀ : ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାରି ମଧ୍ୟରେ ବିବିସିର ଖବର ପ୍ରସାରଣକୁ ନେଇ କଡା ଚେତାବନୀ ଦେଇଛି ଭାରତ ସରକାର । ପହଲଗାମ ସଂପର୍କିତ ପକ୍ଷପାତୀ ଖବର ପ୍ରସାରଣକୁ ନେଇ ବିବିସିକୁ ସତର୍କ କରାଯାଇଛି । ପହଲଗାମ୍ ଆତଙ୍କବାଦୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଛି ବିବିସି । ନୋଟିସ୍ ଜାରି କରାଯିବା ସହ ବିବିସିର ରିପୋର୍ଟିଂ ଉପରେ ନଜର ରଖିଛି ବୈଦେଶିକ ମନ୍ତ୍ରାଳୟ ।

ବିବିସିର ମିଡିଆ କଭରେଜ “Pakistan suspends visas for Indians after deadly Kashmir attack,”ର ଆର୍ଟିକିଲରେ ଆତଙ୍କୀ ହମ୍‌ଲାକୁ ସେନା (ମିଲିଟାଣ୍ଟ) ଆକ୍ରମଣ ଭାବେ ବିବେଚନା କରିଛି । ଆତଙ୍କବାଦୀଙ୍କ ପାଇଁ ବିବିସି ‘ମିଲିଟାଣ୍ଟ’ଶବ୍ଦର ବ୍ୟବହାର କରିଥିଲା। ଏ ନେଇ ଚେତାବନୀ ଜାରି କରାଯାଇଛି। ତେବେ ଆର୍ଟିକିଲ୍ ପ୍ରସାରିତ ହେବା ପରେ ମୋଦି ସରକାର ବିବିସିର ଭାରତ ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖିଛନ୍ତି ।

ଅନ୍ୟପଟେ,ଉତ୍ତେଜନାମୂଳକ ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ ପାଇଁ ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ସହ କେତେକ ଟିଭି ଚ୍ୟାନେଲକୁ ମଧ୍ୟ ବ୍ୟାନ କରିଛନ୍ତି ଭାରତ ସରକାର ।

Leave A Reply

Your email address will not be published.