ଆଜିକାଲି ସୋସିଆଲ ମିଡିଆରେ ଏକ କଲମକୁ ନେଇ ଖୁବ ଚର୍ଚ୍ଚା କରାଯାଉଛି । ଏହା କୌଣସି ସାଧାରଣ କଲମ ନୁହେଁ, ବରଂ ଏହା ବିଶ୍ୱର ସବୁଠୁ ବଡ଼ କଲମ୍ । ଏହି କଲମ୍ ଏତେ ବଡ଼ ଯେ ଏହାକୁ ଏକୁଟିଆ ଉଠାଇବା କଷ୍ଟକର ।
କେବଳ ଦେଖିîବାକୁ ବଡ଼ ନୁହେଁ, ଏଥିରେ ରିଫିଲ୍ ବି ଅଛି ଏବଂ ଲେଖାଯାଇପାରୁଛି । ହାଇଦ୍ରାବାଦର ଜଣେ ବ୍ୟକ୍ତି ଦୁନିଆର ସବୁଠୁ ବଡ଼ ପେନ୍ କରିବାର ଗିନିଜ୍ ୱାଲïର୍ ରେକର୍ଡ କରିଛନ୍ତି । ଆଚାର୍ଯ୍ୟ ମକୁନୁରୀ ଶ୍ରୀନିବାସ ଏହି ବିଶାଳ ପେନ୍କୁ ୨୦୧୧ରେ ତିଆରି କରିଥିଲେ । ଏହି କଲମର ଲମ୍ବା ୫.୫ ମିଟର ଅର୍ଥାତ ୧୮ ଫୁଟ୍ ଏବଂ ଓଜନ ୩୭ କିଲୋଗ୍ରାମରୁ ଅଧିକ ।
ଗିନିଜ୍ ୱାଲïର୍ ରେକର୍ଡ ତାର ଅଫିସିଆଲ ୟୁଟୁ୍ୟବ ଏବଂ ଇନଷ୍ଟାଗ୍ରାମରେ ଏହି କଲମର ଏକ ଭିଡିଓ ସେୟାର କରିଛିି, ଯେଉଁଥିରେ କେତେକ ବ୍ୟକ୍ତି ଏକ କାଗଜରେ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି । ଗିନିଜ ୱାଲïର୍ ରେକର୍ଡ ଅନୁଯାୟୀ ଏହି କଲମ ପିତଳରେ ତିଆରି ହୋଇଛି ଏବଂ କେବଳ ପିତଳର ଓଜନ ୯ କିଲୋଗ୍ରାମ ।
Comments are closed.