ବେଳେ ବେଳେ ଘରକୁ କୁଣିଆ ହଠାତ୍ ଆସିଲେ, ଘରେ କିଛି ଭଲ ଖାଦ୍ୟ ତିଆରି କରି ପରଷିବା ପାଇଁ ନଥାଏ । ଏହିପରି ସ୍ଥଳରେ ଘରେ ଥିବା ସାଧାରଣ ପରିବା ଯେପରି ପିଆଜ, କାକଡ଼ୁ ଓ ଟମାଟୋରୁ ଆପଣମାନେ ଆକର୍ଷଣୀୟ ଦେଖାଯାଉଥିବା ଓ ସୁସ୍ୱାଦୁ ଖାଦ୍ୟ ତିଆରି କରି ପରଷିପାରିବେ । ତେବେ ଆସନ୍ତୁ ଜାଣିବ କିପରି ସାଧାରଣ ପରିବାକୁ ନେଇ ସୁସ୍ୱାଦୁ ଖାଦ୍ୟ କରିବେ ।
ସାମଗ୍ରୀ : ଟମାଟୋ, କାକୁଡି, ପିଆଜ, କ୍ୟାପିସ୍କମ୍, ଧନିଆ ପତ୍ର, ଭଜା ଜିରା, ଲଙ୍କାଗୁଣ୍ଡ, କଞ୍ଚାଲଙ୍କା, ଚିନି, ଲେମ୍ବୁ, ଲୁଣି ବିସ୍କୁଟ୍, କିଛି ଭୁଜିଆ ।
ପ୍ରଣାଳୀ : ପ୍ରଥମେ ସମସ୍ତ ପରିବାକୁ ଛୋଟ ଛୋଟ ଆକାରରେ କାଟି ନିଅନ୍ତୁ । କାଟିବା ପରେ ଏଥିରେ ଭଜା ଜିରା ଗୁଣ୍ଡ, ଲୁଣ, ଲେମ୍ବୁ ରସ, ଲଙ୍କାଗୁଣ୍ଡ ପକାଇ ଗୋଳାନ୍ତୁ । ଏହାପରେ ସମସ୍ତ ପରିବାକୁ ଲୁଣି ବିସ୍କୁଟ୍ ଉପରେ ଥୁଅନ୍ତୁ । ଏହାପରେ ଏହି ପରିବା ପୂର ଉପରେ ଆଉ ଏକ ବିସ୍କୁଟ ଥୋଇ ଭୁଜିଆରେ ସଜାନ୍ତୁ । ଆପଣମାନେ ଚାହିଁଲେ ମଧ୍ୟ ବିସ୍କୁଟ ଉପରେ ପରିବା ପୂରକୁ ଥୋଇ ତା’ ଉପରେ ଭୁଜିଆ ସଜାଇ ପାରିବେ । ଏହା ଛୋଟ ପିଲାଙ୍କୁ ବେଶ୍ ଆକର୍ଷଣ କରେ ।
Comments are closed.