ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ବୋରିସ୍‌ ଜନ୍‌ସନ ଇସ୍ତଫା ଦେବା ପରେ, ନୂଆ ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଚୟନ କରାଯିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଜନ୍‌ସନ କଞ୍ଚରଭେଟିଭ୍‌ ପାର୍ଟିରୁ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ତେବେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ସେ ଅକେଫାବର ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିପାରନ୍ତି । ଚଳିତ ବର୍ଷ ଅକେଫାବରରେ ଦଳର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ନୂଆ ପ୍ରଧାନମନ୍ତ୍ରୀ ବଛା ଯାଇପାରନ୍ତି । ଏଣୁ କଞ୍ଜରଭେଟିଭ୍‌ ପାର୍ଟିୁର ଜଣେ ପ୍ରଧାନମନ୍ତ୍ରୀ ହେବେ । ଏଥିପାଇଁ ଦଳର ୬ ଜଣଙ୍କ ନାମ ଘୋଷଣା ହୋଇସାରିଲାଣି । ଏହି ୬ ଜଣଙ୍କ ମଧ୍ୟରୁ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାମ ପ୍ରଥମ ପସନ୍ଦରେ ରହିଛି ।

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଋଷି ସୁନକ ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ, ଯିଏ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ ତାଲିକାରେ ସାମିଲ ହୋଇଛନ୍ତି । ମହାମାରୀ ସମୟରେ ଋଷି ସୁନକଙ୍କ କାର୍ଯ୍ୟ ପାଇଁ ସେ ବେଶ୍‌ ଚର୍ଚ୍ଚାରେ ଥିଲେ । ଋଷି ସୁନକଙ୍କ ଜେଜେବାପା ଏବଂ ମାଆ ପଞ୍ଜାବୀ । ସେ ଇନଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌ଆର ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି ।

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ତାଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି । ୪୨ ବର୍ଷୀୟ ଋଷି ସୁନକ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଏକ ବିଶାଳ ଇନଭେଷ୍ଟମେଣ୍ଟ୍‌ କମ୍ପାନିର ସହ ପ୍ରତିଷ୍ଠାତା ଥିଲେ ।

Comments are closed.