ହାଇଦ୍ରାବାଦ: କିଛି କରିବାର ଦୃଢ ଇଛା ଶକ୍ତି ଅନେକଙ୍କୁ ସଫଳତା ଦେଇଥାଏ । ସେହିଭଳି ଜଣେ ବ୍ୟକ୍ତି ହେଲେ ହାଇଦ୍ରାବାଦର ଶିବପାଲ । ଶିବପାଲ ହେଉଛନ୍ତି ଭାରତର ପ୍ରଥମ ବାମନ ଯିଏ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରିଛନ୍ତି । ୪୨ ବର୍ଷୀୟ ଶିବପାଲଙ୍କର ଉଚ୍ଚତା ୩ ଫୁଟ ।
ନିଜର ଦକ୍ଷତା ବଳରେ ସେ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରିବା ସହିତ ଅନ୍ୟ ଦକ୍ଷତା ମଧ୍ୟ ନିଜ ନାମରେ କରିଛନ୍ତି । ସେ ହେଉଛନ୍ତି ତାଙ୍କ ଜିଲ୍ଲାର ପ୍ରଥମ ବାମନ ଯିଏ ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ସେହିଭଳି ଆଗକୁ ସିଏ ନିଜର ଦକ୍ଷତା ବଳରେ ଅନ୍ୟ ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରିବାକୁ ଯୋଜନା କରିଛନ୍ତି । ଆଗକୁ ସେ ଦିବ୍ୟାଙ୍ଗଙ୍କ ପାଇଁ ଏକ ଡ୍ରାଇଭିଂ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।
ପିଲାଦିନେ ନିଜ ଉଚ୍ଚତା କାରଣରୁ ସେ ସମସ୍ତଙ୍କ ପାଇଁ ହସର ପାତ୍ର ସାଜୁଥିଲେ । ହେଲେ ଆଜି ସେଇ ଉଚ୍ଚତା କାରଣରୁ ସେ ନିଜର ଏକ ପରିଚୟ ପାଇଛନ୍ତି । ତାଙ୍କ ନାଁ ଲିମକା ବୁକ୍ ରେକର୍ଡପାଇଁ ମଧ୍ୟ ନୋମିନେଟ୍ ହୋଇଛି । ତାଙ୍କ ଘଟଣା ଭାଇରାଲ ହେବାପରେ ଅନେକ ଦିବ୍ୟାଙ୍ଗ ତାଙ୍କୁ ଡ୍ରାଇଭିଂ ଟ୍ରେନିଂ ପାଇଁ ଯୋଗାଯୋଗ କରୁଥିବା ଜଣାପଡିଛି । ନିଜ ବ୍ୟକ୍ତିଗତ ଜୀବନରେ ତାଙ୍କୁ ଗାଡିରେ ଯିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା, ଯେଉଁ କାରଣରୁ ସେ ନିଜ କାର ନିଜେ ଚଳାଇବା ପାଇଁ ନିଷ୍ପତ୍ତି କରିଥିଲେ । ନିଜର ଦୃଢ ଇଚ୍ଛା ଶକ୍ତି କାରଣରୁ ସେ ଏଥିରେ ସଫଳ ମଧ୍ୟ ହୋଇଥିଲେ ।
Comments are closed.