ପ୍ରଥମ ପଶୁ ଭେଣ୍ଟିଲେଟର ହସ୍ପିଟାଲ୍‌

ଗୁଜରାଟ: ନିଜର ପୋଷା ଜୀବଙ୍କ ପାଇଁ ସମସ୍ତଙ୍କର ଥାଏ ଅହେତୁକ ଦୁର୍ବଳତା । ସେହିଭଳି ଜଣେ ବ୍ୟକ୍ତି ହେଲେ ଗୁଜରାଟର ଶୈଭାଲ ଦେଶାଇ । ନିଜ ପୋଷା ଜୀବର ସ୍ମୃତିରେ ସେ ନିର୍ମାଣ କରିଛନ୍ତି ଭାରତର ପ୍ରଥମ ପଶୁ ଭେଣ୍ଟିଲେଟର ଚିକିତ୍ସାଳୟ । ଡାକ୍ତରଖାନାର ନାମ ରହିଛି ‘ବେଷ୍ଟ ବଡସ୍‌ ପେଟ୍‌ ହସ୍ପିଟାଲ୍‌’ ।

ବର୍ଷକ ତଳେ ସେ ନିଜର ପୋଷା କୁକୁରକୁ ହରାଇଥିଲେ । ଡାକ୍ତରଖାନାରେ ସୁବିଧା ନଥିବାରୁ ତାଙ୍କ କୁକୁରର ଚିକିତ୍ସା ହୋଇପାରି ନଥିଲା, ଯେଉଁ କାରଣରୁ ତାର ମୃତୁ୍ୟ ହୋଇଥିଲା । ଯାହା ତାଙ୍କୁ ଖୁବ୍‌ ବ୍ୟଥିତ କରିଥିଲା । ତେଣୁ ସେ ସମସ୍ତ ପଶୁଙ୍କ ପାଇଁ କିଛି କରିବାର ନିଷ୍ପତ୍ତି ନେଇଥିଲେ । ସେ ନିର୍ମାଣ କରିଥିବା ଡାକ୍ତରଖାନାରେ ପ୍ରାଣୀ ଚିକିତ୍ସାର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି । ସେହିଭଳି ଏହି ଡାକ୍ତରଖାନାରେ ପ୍ରଥମ ଥର ପାଇଁ ପଶୁଙ୍କ ପାଇଁ ଭେଣ୍ଟିଲେଟରର ସୁବିଧା ରହିଛି । ଯୁବକଙ୍କର ଏହି ପ୍ରୟାସକୁ ସମସ୍ତେ ଭୁରିଭୁରି ପ୍ରଂଶସା କରିଛନ୍ତି । ପଶୁଙ୍କ ପାଇଁ ତାଙ୍କ ଭାବନା ବେଶ୍‌ ମହନୀୟ ବୋଲି ଲୋକ ମତ ଦେଇଛନ୍ତି ।

Comments are closed.