ସାମ୍ବାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୭ ଆତଙ୍କବାଦୀ ନିପାତ

0

ନୂଆଦିଲ୍ଲୀ : ପାକିସ୍ତାନର ପ୍ରତିଆକ୍ରମଣର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନର ବାୟୁସେନା ଆକ୍ରମଣ ଉଦ୍ୟମକୁ ବିଫଳ କରିବା ପରେ, ଗୁରୁବାର ରାତିରେ ସାମ୍ବା ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ସେନା । ବିଏସଏଫ ଯବାନ ମାନେ ପାକିସ୍ତାନରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜୈସ-ଏ ର ୭ ଜଣ ଅନୁପ୍ରବେଶକାରୀ ଆତଙ୍କବାଦୀ ଙ୍କୁ ନିପାତ କରିଛନ୍ତି । ଏହା ପରେ ସୀମାନ୍ତବର୍ତୀ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁସାରେ, ମଇ ୮ ଏବଂ ୯ ରାତିରେ ପାକିସ୍ତାନ ସେନା ପଶ୍ଚିମ ସୀମାରେ ଏକକାଳୀନ ବଡ଼ ଧରଣର ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ପାକିସ୍ତାନ ଡ୍ରୋନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଭାରତୀୟ ସୀମାକୁ ଟାର୍ଗେଟ କରିଥିଲା। ଏହା ସହିତ, ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (LoC) ରେ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ମାତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଫେଲ ମାରିଛି ପାକିସ୍ତାନର ମିସାଇଲ । ପାକିସ୍ତାନର ୫୦ ଡ୍ରୋନ ଓ ୮ ମିସାଇଲକୁ ଧ୍ୱଂସ କରି ସାରିଲାଣି ଭାରତ । ସେହିପରି ବାୟୁ ଓ ସ୍ଥଳ ପରେ ଏବେ ଜଳସୀମାରେ ମଧ୍ୟ ପାକିସ୍ତାନ ଉପରେ ପ୍ରହାର କରୁଛି ଭାରତ । ଭାରତର ୧୨ ସହରକୁ ଟାର୍ଗେଟ କରି ଆକ୍ରମଣ ଉଦ୍ୟମ କରିଥିବା ପାକିସ୍ତାନର ସବୁ ଯୋଜନା ଫେଲ ମାରୁଛି । ସେନା ସ୍ପଷ୍ଟ ଶବ୍ଦରେ କହିଛି ଯେ ଭାରତୀୟ ସୀମାକୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏବଂ କୌଣସି ପ୍ରକାରର ମନ୍ଦ ଉଦ୍ଦେଶ୍ୟକୁ ବରଦାସ୍ତ କରାଯିବ ନାହିଁ।

Leave A Reply

Your email address will not be published.