ଘରର ଫର୍ଣ୍ଣିଚରଗୁଡ଼ିକ ସୁସଜ୍ଜିତ ହୋଇ ରହି ନଥିଲେ ଘରେ ସର୍ବଦା ଅଶାନ୍ତି ଲାଗିରହେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଘର ଭିତରେ ଥିବା ଫର୍ଣ୍ଣିଚର ଘରର ଉନ୍ନତି, ଆର୍ଥିକ ବୃଦ୍ଧି, ମନ ଏବଂ ଶରୀର ଉପରେ ବେଶ୍ ପ୍ରଭାବ ପକାଇଥାଏ । ଆସବାବପତ୍ର ଦ୍ୱାରା ଘରକୁ ସୁସଜ୍ଜିତ କରିଲେ ଘରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ମନ ପବିତ୍ର ହେବା ସହ ଶାନ୍ତି ଆସିଥାଏ । ଘରକୁ ସୁନ୍ଦର କରିବାରେ ଫର୍ଣ୍ଣିଚରର ବଡ଼ ଯୋଗଦାନ ରହିଛି । ବାସ୍ତୁ ଅନୁଯାୟୀ କେତେକ ଫର୍ଣ୍ଣିଚର ଗୃହ ପାଇଁ ଅଶୁଭ ହୋଇଥାଏ । ବାହାଡ଼ା, ସାହାଡ଼ା ଓ ବରଗଛ କାଠର ଫର୍ଣ୍ଣିଚର ଘରେ ରହିଲେ ରୋଗ ପ୍ରବେଶ କରିଥାଏ । ବଟବୃକ୍ଷ ନିର୍ମିତ ଆସବାବପତ୍ରକୁ ବ୍ୟବହାର କଲେ ଧାର କରଜ କରିବାକୁ ପଡ଼ିଥାଏ । ସେହିପରି ଅଶ୍ୱତ୍ଥ ଓ ତେନ୍ତୁଳି ଇତ୍ୟାଦି କାଠର ଫର୍ଣ୍ଣିଚର ଘରେ ରଖିଲେ ପରିବାର ମଧ୍ୟରେ ଦୁଃଖ, କଳହ ଓ ଅଶାନ୍ତି ସର୍ବଦା ଲାଗିରହେ । ପଲଙ୍କଗୁଡ଼ିକ ତିଆରି କରିବା ବେଳେ ବ୍ୟକ୍ତିଙ୍କୁ ବିଶେଷଧ୍ୟାନ ଦେବା ଉଚିତ । ପଲଙ୍କଗୁଡ଼ିକ (ସିଂହ, ବାଜ ଓ ଅନ୍ୟ ହିଂସ୍ର ପଶୁଙ୍କ ମୁହଁ) ଭଳି ହୋଇଥିଲେ ଘରେ ଅଶାନ୍ତି ସୃଷ୍ଟି ହେବା ସହ ଗୃହରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଫଳରେ ପରିବାରର ଆର୍ଥିକ ଉନ୍ନତି, ସୁଖ, ଶାନ୍ତି ନଷ୍ଟ ହୋଇଥାଏ । ଏଥିପାଇଁ ବ୍ୟକ୍ତି ବାସ୍ତୁବିଦ୍ମାନଙ୍କ ସହ କେଉଁ କାଠର ଆସବାବପତ୍ର ଓ ଫର୍ଣ୍ଣିଚର କେଉଁ ଘରେ ରହିଲେ ଶୁଭ ହେବ ସେ ବିଷୟରେ ଆଲୋଚନା କରିବା ଉଚିତ୍ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)