ଘରଟିଏ ତୋଳିବା ସମୟରେ ବାସ୍ତୁର ଧ୍ୟାନ ରଖାଯାଇଥାଏ । ହେଲେ ବେଳେବେଳେ ଆମେ ଘର ସଜାଇବା ବେଳେ ବାସ୍ତୁର ଧ୍ୟାନ ରଖିବାକୁ ଭୁଲିଯାଉଥାଉ । ହେଲେ ଏହା ଘରେ ଅଶାନ୍ତିର କାରଣ ସାଜିଥାଏ ବୋଲି ବିଶ୍ୱାସ ରହିଛି । ଏହିଭଳି ଅନେକ ଉପାୟଥିବାବେଳେ ଆସନ୍ତୁ ଜାଣିବା ମିରରକୁ ନେଇ କିଛି ବାସ୍ତୁ ନିୟମ ।
– ବାସ୍ତୁ ଅନୁସାରେ ଘରେ ମିରର ନଲଗାଇଲେ, ଘରେ ଅଶାନ୍ତି ଓ ଝଗଡା ଲାଗିବାର ସମ୍ଭାବନା ବଢିଥାଏ । ମିରର ହାଇଟ୍, ଆକାର, ସ୍ଥାନ ଓ ଦିଗକୁ ନେଇ ଅନେକ ନିୟମ ରହିଛି ।
– ବାସ୍ତୁ ଅନୁସାରେ ମିରରର ଆକାର ସ୍କୋୟାର କିମ୍ବା ରେକଟାଙ୍ଗୁଲାର ଚୟନ କରନ୍ତୁ , ଏହା ବେଶ ଶୁଭ ହୋଇଥାଏ । ବାସ୍ତୁଶାସ୍ତ୍ର ବର୍ଣ୍ଣନା ଅନୁସାରେ ମିରର ଆକାର କେବେ ବି ଓଭାଲ, ରାଉଣ୍ଡ୍ କିମ୍ବା କୌଣସି ଇରରେଗୁଲାର ସେପ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ଅଶାନ୍ତି ଦେଖାଦେଇଥାଏ ।
– ସେହିଭଳି ଯଦି ଘରେ କୌଣସି ଝରକା ବାଟଦେଇ ବାହାରର ସୁନ୍ଦର ପାକୃତିକ ଦୃଶ୍ୟ ଦେଖାଯାଉଛି, ତେବେ ଏହାର ଅପରପଟ ଡିରେକସନରେ ମିରର ରଖନ୍ତୁ , ଯାହାଫଳରେ ମିରରରେ ଏହି ପାକୃତିକ ଦୃଶ୍ୟ ଦେଖାଯାଇଥାଏ । ଏହାଫଳରେ ଘରେ ସକରାତ୍ମକତା ଭରିଥାଏ ।
– ଯଦି ଡାଇନିଂରେ ମିରର ରଖିବାକୁ ଚାହୁଁଛନ୍ତି, ତେବେ ସର୍ବଦା ଡାଇନିଂ ଟେବଲ୍ ଆଗରେ ରଖନ୍ତୁ । ଏହାଫଳରେ ଡାଇନିଂର ଛବି ମିରରରେ ଦେଖାଯାଇଥାଏ, ଏହା ବେଶ ଶୁଭ ହୋଇଥାଏ ।
– ମିରର ରଖିବାର ପୋଜିସନ୍ ଆମର ସମୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ ଘରେ ଥିବା ଲକର୍ କିମ୍ବା ପଇସା ରଖୁଥିବା ଆଲମିରାର ସାମ୍ନାରେ ରଖନ୍ତୁ । ଏପରି କରିବା ଦ୍ୱାରା ଘରକୁ ଅର୍ଥ ଆଗମନ ହୋଇଥାଏ ।
– ସେହିଭଳି ଯଦି ବାଥରୁମ୍ ରେ ମିରରଲଗାଇବାକୁ ଚାହୁଁଛନ୍ତି, ତେବେ ମିରର ଲଗାଇବା ସ୍ଥାନରେ ଅଧିକ ଲାଇଟ୍ ଲଗାନ୍ତୁ । ଅନ୍ଧାରରେ ମିରରକୁ ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।