୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଶୀତ ବଢ଼ିବ

ଭୁବନେଶ୍ୱର: ଡିସେମ୍ବର ୧୫: ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଆଜିଠାରୁ ଓଡିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ଫଳରେ ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବ ବୋଲି ଆଜି ଓଡ଼ିଶା ପାଣିପାଗ କେନ୍ଦ୍ର ଟୁଇଟର ମାଧ୍ୟମରେ ସୂଚନା ଦେଇଛି । ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ବାୟୁମଣ୍ଡଳର ଉପରିଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ତିତି ଯୋଗୁ ରାଜ୍ୟରେ ପ୍ରାୟ ଅଞ୍ଚଳରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ । ଏହାସହିତ ପାଗ ଧୁଆଁଳିଆ ଓ ଦିନ ବେଳା ବାୟୁମଣ୍ଡଳରେ କୁହୁଡ଼ି ପଡ଼ିବ ।

ପାଣିପାଗ ବିଭାଗ ରାଜ୍ୟର କିଛି ସ୍ଥାନର ରାତି୍ରକାଳିନ ତାପମାତ୍ରାର ଏକ ତାଲିକା ପ୍ରକାଶ କରିଛି । ସେଥିମଧ୍ୟରୁ ୧୯ ସ୍ଥାନରେ ରାଜ୍ୟରେ ୧୫ ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା ରହିଛି । ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡି ଠାରେ ସର୍ବନିମ୍ନ ୭.୫ ଡ଼ିଗ୍ରୀ ତାପମାତ୍ରା ରହିଛି । ସେହିପରି ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ୧୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଟୁଇନ୍‌ ସିଟି ଭୁବନେଶ୍ୱର ଏବଂ କଟକରେ ୧୪.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରହିଛି ।

Comments are closed.