ଭୁବନେଶ୍ୱର: ସେପ୍ଟେମ୍ବର ୯ : କଖାରୁର ଅନେକ ନାମ ସହିତ ବିଭିନ୍ନ ଉପକାରୀ ଗୁଣ ମଧ୍ୟ ରହିଛି । ଏହାସହ ଏହାକୁ ନେଇ କେତେକ ସ୍ଥାନରେ ଅଜବ ପରମ୍ପରା ମଧ୍ୟ ରହିଛି । ସେହିଭଳି ଆର୍ୟୁବେଦରେ ଏହାକୁ ଔଷଧୀୟ ଫଳ ରୂପେ ମାନତ୍ୟା ମଧ୍ୟ ଦିଆଯାଇଛି । ତେବେ ଏହାକୁ ନେଇ ରହିଥିବା କିଛି ଲୋକମାନତ୍ୟା ସମ୍ପର୍କରେ ତଥ୍ୟ:
ମହିଳାଙ୍କ କାଟିବା ଉପରେ ବାରଣ
କେତେ ସ୍ଥାନରେ ମହିଳାଙ୍କର କଖାରୁ କିମ୍ବା ପାଣି କଖାରୁ କାଟିବା ଉପରେ ବାରଣ ରହିଛି । ପ୍ରଥମେ କଖାରୁକୁ କୌଣସି ପୁରୁଷ ଫାଳ କରିବା ପରେ ତାକୁ ମହିଳାମାନେ କାଟିଥାଆନ୍ତି । ଏହି ସ୍ଥାନରେ କଖାରୁକୁ ଘରର ବଡ ପୁଅ ସହ ତୁଳନା କରାଯାଇଥାଏ, ତେଣୁ ଏହାକୁ ମହିଳାମାନେ କାଟିବା ବାରଣ ରହିଛି ।
ବଳିରେ ବ୍ୟବହାର
ସେହିଭଳି କେତେକ ସ୍ଥାନରେ କଖାରୁ କିମ୍ବା ପାଣି କଖାରୁକୁୁ ବଳି ମଧ୍ୟ ଦିଆଯାଇଥାଏ । ଅନେକ ସ୍ଥାନରେ ପଶୁ ବଳିର ପ୍ରଥା ରହିଛି । ତେବେ କେତେକ ସ୍ଥାନରେ ପଶୁ ବଳି ବଦଳରେ କଖାରୁ ବଳି ଦିଆଯାଇଥାଏ ।
ଏକା ରଖାଯାଏନି
କେତେକ ସ୍ଥାନରେ କଖାରୁକୁ ନେଇ ରହିଛି ଆଉ ଏକ ବିଶ୍ୱାସ, ଏହାକୁ ଏକା ରଖାଯାଏ ନାହିଁ । ଏହାକୁ ଆଉ ଏକ କଖାରୁ ସହ ମିଶାଇ କିମ୍ବା ଅନ୍ୟ ପରିବା ସହିତ ମିଶାଇ ରଖାଯାଇଥାଏ । କେତେକଙ୍କ ଘରେ କଖାରୁ ସହିତ ଲେମ୍ବୁ, ଲଙ୍କା କିମ୍ବା ଆଳୁ ସହ ମିଶାଇ ରଖାଯାଇଥାଏ ।
Comments are closed.