ଦିଲ୍ଲୀ: ଫେବୃଆରୀ ୧୨: ଆଜିଠାରୁ ଆଇପିଏଲ୍ ୨୦୨୨ (ଇଣ୍ଡିଆନ୍ ପ୍ରିମିୟମ ଲିଗ୍)ର ମହାନିଲାମୀ ଆରମ୍ଭ ହୋଇଛି । ବେଙ୍ଗାଲୁରୁଠାରେ ଥିବା ବିଳାସମୟ ହୋଟେଲ ଆଇଟିସି ଗାର୍ଡିୟାନ୍ଠାରେ ଏହି କର୍ଯ୍ୟକ୍ରମ ଦିନ ୧୨ରେ ଆରମ୍ଭ ହୋଇଛି । ଗତ ଶୁକ୍ରବାର ଦିନ ନିଲାମୀ ପୁଲ୍ରେ ଆଉ ୧୦ ଜଣ ଖେଳାଳୀ ନାମ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣ ଭାରତୀୟ ଖେଳାଳୀ ଏବଂ ୬ ଜଣ ବିଦେଶୀ ଖେଳାଳୀ ରହିଛନ୍ତି । ଏହାପୂìର୍ବରୁ ୫୯୦ ଜଣ ଖେଳାଳୀଙ୍କ ନାମ ନିଲାମୀ ତାଲିକାରେ ରହିଥିଲା । ଏବେ ସମସ୍ତଙ୍କୁ ମିଶାଇ ମୋଟ୍ ୬୦୦ ଜଣ ଖେଳାଳୀଙ୍କ ନାମ ଉପରେ ନିଲାମ ଡ଼କାଯିବ ।
ଖେଳାଳୀ ଶିଖର ଧାୱନଙ୍କ ନାମ ଉପରେ ପ୍ରଥମ ନିଲାମ ଲାଗିଛି । ତାଙ୍କର ବେସ୍ ପ୍ରାଇସ୍ ୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଶିଖରଙ୍କୁ କିଏ ତାଙ୍କ ଟିମ୍ରେ ସାମିଲ କରିବ ସେ ନେଇ ଏବେ ଚର୍ଚ୍ଚା ଚାଲିଛି । ତେବେ ଶିଖରଙ୍କୁ ନେଇ ଦିଲ୍ଲୀ ଓ ରାଜସ୍ଥାନ ଟିମ୍ଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦିତା ଲାଗିଛି । ଗଲାବର୍ଷରେ ଶିଖରଙ୍କ ନାମ ୫ କୋଟି ୨୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା ।
ଆଜିର ପ୍ରଥମ ଦିନରେ ସମସ୍ତ ୧୦ଟି ଦଳର ମାଲିକଙ୍କ ସହିତ ଦଳର ବରିଷ୍ଠ ଅଧିକାରୀ ନିଲାମୀ ଟେବୁଲରେ ପହଞ୍ଚିସାରିଛନ୍ତି ।
* ଲକ୍ଷ୍ମୌ ସୁପର ଜଏଣ୍ଟସ୍ ଦଳ ତରଫରୁ ସଞ୍ଜୀବ ଗୋଏଙ୍କା (ମାଲିକ), ଶାଶ୍ୱତ ଗୋଏଙ୍କା, ଆଣ୍ଡି ଫ୍ଲାବର(ହେଡ୍ କୋଚ୍), ଗୌତମ ଗମ୍ଭୀର (ମେଣ୍ଟର) ଏବଂ ରଘୁରାମ ଆୟର୍ (ସିଇଓ) ଖେଳାଳୀଙ୍କ ନାମ ଉପରେ ନିଲାମୀ ଲାଗାଇବେ ।
* ସେହିପରି ରାଜସ୍ଥାନ ରୟାଲ୍ସ ଦଳର ପାନିଶ ଶେଟ୍ଟୀ (ଆନାଲିଷ୍ଟ), ଜୁବିନ୍ ଭାରୁଚା (ରଣନୀତି ଏବଂ ପ୍ରଦର୍ଶନର ନିର୍ଦ୍ଦେଶକ), ଜେକ ଲୁଶ ମ୍ୟାକକ୍ରମ୍ (ସିଇଓ), କୁମାର ସାଙ୍ଗକରା (କ୍ରିକେଟ୍ ନିର୍ଦ୍ଦେଶକ), ଜାଇଲ୍ସ ଲିଣ୍ଡସେ (ଆନାଲିଟିକ୍ସ ଆଣ୍ଡ ଟେକ୍ନୋଲୋଜିର ମୁଖ୍ୟ), ରଣଜିତ ବାରଠାକୁର (ଚେୟାରମ୍ୟାନ୍), ରୋମି ବିନ୍ଦର (କ୍ରିକେଟ୍) ଦଳର ପରିଚାଳକ) ନିଲାମୀ ଲଗାଇବେ ।
* ଗୁଜୁରାଟ ଟାଇଟାନ୍ସ ଦଳର ବିକ୍ରମ ସୋଲାଙ୍କି (ଟିମ୍ ନିର୍ଦ୍ଦେଶକ), ଆଶିଷ ନେହେରା (ହେଡ୍ କୋଚ), ଗ୍ୟାରି କିର୍ଷ୍ଟେନ୍ (ଆସିଷ୍ଟାଣ୍ଟ କୋଚ), ଆଶିଷ କପୁର (ଆସିଷ୍ଟାଣ୍ଟ କୋଚ), ସନ୍ଦୀପ ରାଜୁ (ଆନାଲିଷ୍ଟ), ଅମିତ ସୋନି (ସିଭିସି), ମୋହିତ ଗୋୟଲ (ମୁଖ୍ୟ ଆର୍ଥିକ ଅଧିକାରୀ) ଅରବିନ୍ଦର ସିଂ (ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ) ଖେଳାଳୀଙ୍କ ଉପରେ ନିଲାମୀ ଲଗାଇବେ ।
* ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ତରଫରୁ ପ୍ରଥମେସ ମିଶ୍ର (ଚେୟାରମ୍ୟାନ୍), ରାଜେଶ ମେନନ୍ (ହେଡ୍ ଆଣ୍ଡ ଭିପି), ମାଇକ୍ ହେସନ୍ (କ୍ରିକେଟ୍ ଅପରେସନ୍ସର ନିର୍ଦ୍ଦେଶକ), ସଞ୍ଜୟ ବାଙ୍ଗର (ହେଡ୍ କୋଚ), ମଲୋଲାନ୍ ରଙ୍ଗରାଜନ୍ (ହେଡ୍ ସ୍କାଉଟ୍), ଫ୍ରେଡି ୱାଇଲï (ଆନାଲିଷ୍ଟ) ନିଲାମୀ ଲଗାଇବେ ।
* କୋଲକାତା ନାଇଟ୍ ରାଇଡର୍ସ ଟିମ୍ ତରଫରୁ ଭେଙ୍କି ମାଇସୋର (ସିଇଓ), ଭାରତ ଅରୁଣ (ଆସିଷ୍ଟାଣ୍ଟ କୋଚ୍), ଆର୍ ଶ୍ରୀକାନ୍ତ (ପ୍ରତିଭା ସ୍କାଉଟିଙ୍ଗ୍ ଏବଂ ପ୍ଲେୟାର୍ ଅଧିଗ୍ରହଣ), ଅଭିଷେକ ନାୟାର (ଆସିଷ୍ଟାଣ୍ଟ କୋଚ୍) ନିଲମୀ ଲଗାଇବେ ।
* ଚେନ୍ନାଇ ସୁପର କିଙ୍ଗସ୍ ଦଳରୁ କାଶୀ ବିଶ୍ୱନାଥନ୍ (ସିଇଓ), ଲକ୍ଷ୍ମୀପାଥୀ ବାଲାଜୀ (ବୋଲିଂ କୋଚ୍), ସୁନ୍ଦର ରମଣ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ), ଲକ୍ଷ୍ମୀ ନାରାୟଣ (ଆନାଲିଷ୍ଟ), ଅରବିନ୍ଦ ଶିବଦାସ (ଆନାଲିଷ୍ଟ) ନିଲାମୀ ଲଗାଇବେ ।
* ଦିଲ୍ଲୀର କ୍ୟାପିଟାଲ୍ ଦଳ ତରଫରୁ କିରଣ କୁମାର ଗାନ୍ଧୀ (ଚେୟାରମ୍ୟାନ୍ ତଥା ସହ-ମାଲିକ), ପାର୍ଥ ଜିନ୍ଦଲ (ସହ-ମାଲିକ), ବିନୋଦ ବିଶ୍ୱ (ମଧ୍ୟବର୍ତ୍ତୀକାଳୀନ ସିଇଓ), ମୁସ୍ତାଫା ଘୋଷ (ନିର୍ଦ୍ଦେଶକ), ପ୍ରବୀଣ ଆମ୍ରେ (ସହକାରୀ କୋଚ୍), ସବା କରିମ (ପ୍ରତିଭା ସନ୍ଧାନର ମୁଖ୍ୟ) ନିଲମ ଲଗାଇବେ ।
* ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ନୀତା ଅମ୍ବାନୀ (ମାଲିକ), ଆକାଶ ଅମ୍ବାନୀ (ମାଲିକ), ଜହିର ଖାନ (କ୍ରିକେଟ୍ ଅପରେସନ୍ସର ନିର୍ଦ୍ଦେଶକ), ମହେଲା ଜୟୱାର୍ଡେନ (ହେଡ୍ କୋଚ୍), ରାହୁଲ ସାଙ୍ଗଭୀ (ଟିମ୍ ମ୍ୟାନେଜର), ଦେବଙ୍ଗ ଭୀମଜାନି (ଏମଆଇ ମ୍ୟାନେଜମେଣ୍ଟ), ସି.କେ.ଏମ୍ ଧନଞ୍ଜୟ ନିଲାମୀ ଲଗାଇବେ ।
* ପଞ୍ଜାବ କିଙ୍ଗସ୍ ଦଳ ତରଫରୁ ନେସ୍ ୱାଡିଆ (ମାଲିକ), ମୋହିତ ବର୍ମନ୍ (ମାଲିକ), ଅନିଲ କୁମ୍ବଲେ (କ୍ରିକେଟ୍ ଅପରେସନ୍ସର ନିର୍ଦ୍ଦେଶକ), ସତୀଶ ମେନନ୍ (ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ), ଶଙ୍କର ରାଜାଗୋପାଲ୍ (ଆନାଲିଷ୍ଟ), ଆଶିଷ ତୁଲି (ଆନାଲିଷ୍ଟ), ଡାନ୍ େୱଷ୍ଟନ୍ (ଆନାଲିଷ୍ଟ), ଏଲ୍ସି ଗୁପ୍ତା (ସିଏଫ୍ଓ)ନିଲାମୀ ଲଗାଇବେ ।
* ସନରାଇଜର୍ସ ହାଇଦ୍ରାବାଦ ଦଳ ତରଫରୁ କେ ଶନମୁଗମ୍ (ସିଇଓ), ଟମ୍ ମୁଡି (ହେଡ୍ କୋଚ), ଶ୍ରୀନଥ ବଶ୍ୟାମ୍ (ଜିଏମ୍), ବ୍ରାଏନ୍ ଲାରା, ମୁଥୈୟା ମୁରଲୀଧରଣନ୍, କାବ୍ୟା ମାରନ୍ (ମାଲିକ) ନିଲାମୀ ଲଗାଇବେ ।
ନିଲାମୀ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବଲିଉଡ୍ ସୁପରଷ୍ଟାର ତଥା କୋଲକାତା ନାଇଟ୍ ରଇଡର୍ସର ମାଲିକ ଅଭିନେତା ଶାହାରୁଖ ଖାନ୍ ତାଙ୍କ ପୁଅ ଆର୍ୟାନ ଏବଂ ଝିଅ ସୁହାନାଙ୍କ ସହିତ ଯୋଗ ଦେଇଛନ୍ତି । ଅନ୍ୟପକ୍ଷରେ, ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଅଧିକାରୀ ରାଜୀବ ଶୁକ୍ଳାଙ୍କ ସମେତ ବିସିସିଆର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।
ପଞ୍ଜାବ କିଙ୍ଗସ୍ ଦଳର ମାଲିକାଣୀ ତଥା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଉକ୍ତ ନିଲାମୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି । ନିଲମୀ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସେ ଟୁଇଟରରେ ନିଜ ଶିଶୁ ସହ ନିଜର ଏକ ଫଟୋ ଅପ୍ଲୋଡ କରି ଆଇପିଏଲ୍ ନିଲାମୀ ପାଇଁ ଉତ୍ସାହିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।
All set to watch the Tata IPL Auction. Feels amazing to have a cute warm baby in my arms instead of the red auction paddle 😂 On a serious note my heart is racing & I cannot wait for our new PBKS squad. All the best @PunjabKingsIPL 👍👍 Let’s execute our plans and stay focused. pic.twitter.com/CEPNrJgmOh
— Preity G Zinta (@realpreityzinta) February 12, 2022
Comments are closed.