ପଞ୍ଜାବର ଅବକାରୀ ବିଭାଗର ନୂଆ ନୀତି: ଶସ୍ତା ହେବ ମଦ

ଚଣ୍ଡିଗଡ଼: ଗୁନ୍‌ ୦୭: ପଞ୍ଜାବ ସରକାର ନୂଆ ଅବକାରୀ ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ, ଆସନ୍ତା ମାସଠାରୁ ପଞ୍ଜାବରେ ୨୦ ପ୍ରତିଶତ ଶସ୍ତା ହେବ ମଦ । ଏନେଇ ଆଜି ହେବାକୁ ଥିବା କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମତି ମିଳିପାରେ ବୋଲି ସୂଚନା ରହିଛି ।

ତେବେ ମଦ ତସ୍କରୀ ରୋକିବା ପାଇଁ ଅବକାରୀ ବିଭାଗ ଏହି ବ୍ୟବସ୍ଥା କରିଛନ୍ତି । ଏହା ଛଡା ତସ୍କରୀ ରୋକିବା ପାଇଁ ସରକାର ଗୋଟିଏ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାନ୍ଦାବସ୍ଥା ଦେଇ ଗତି କରୁଥିବା ସରକାରକୁ ଏହି ବ୍ୟବସ୍ଥା ଲାଗୁ ପରେ କିଛି ଲାଭ ମିଳିପାରେ । ରାଜ୍ୟରୁ କେବଳ ମଦ ବ୍ୟବସାୟରୁ ୧୦ ହଜାର କୋଟିର ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ରହିଛି ।

Comments are closed.