ସାମଗ୍ରୀ – ୨ ଅଣ୍ଡା, ୨ଟି ଟମାଟୋ, ଗୋଟିଏ ପିଆଜ, ରସୁଣ, ଅଳ୍ପ ପରିମାଣ ଗୋଲମିରଚ ଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଛୋଟ ଖଣ୍ଡ ଡାଲଚିନି, ଲୁଣ ସ୍ୱାଦ ଅନୁସାରେ ।
ପ୍ରଣାଳୀ – ପ୍ରଥମେ ପ୍ୟାନରେ ତେଲ ଗରମ କରନ୍ତୁ । ଏଥିରେ ରସୁଣ କଟା ରସୁଣ ପକାନ୍ତୁ । ଏହାପରେ ଏଥିରେ ଟମାଟୋ ପକାଇ ଭାଜନ୍ତୁ । ସେହିଭଳି ଅଲଗା ପ୍ୟାନରେ ପିଆଜକୁ ଭାଜି ନିଅନ୍ତୁ । ଏହାପରେ ଟମାଟୋରେ ଲୁଣ, ଡାଲଚିନି ଖଣ୍ଡ, ଲଙ୍କା ଗୁଣ୍ଡ, ମରିଚ ଗୁଣ୍ଡ ମିଶାନ୍ତୁ । ଅଳ୍ପ ଭାଜିହେବା ପରେ ଏଥିରେ ଅଣ୍ଡା ଭାଙ୍ଗି ମିଶାନ୍ତୁ । ସମସ୍ତ ମିଶ୍ରଣକୁ ଅଳ୍ପ ସମୟ ଭାଜନ୍ତୁ । ଏହାପରେ ଉପରେ ଭଜା ପିଆଜ ଓ ଧନିଆ ପତ୍ର ପକାଇ ପରଷନ୍ତୁ ଇରାନି ଅମଲେଟ୍ ।
Comments are closed.