ଦିଲ୍ଲୀ: ମାର୍ଚ୍ଚ ୨୩: ‘ହିରୋ ମୋଟୋର୍କୋର୍ପ’ର ଚେୟର୍ ମ୍ୟାନ୍ ପବନ ମୁଞ୍ଜାଲ୍ଙ୍କ ବାସଭବନ ସମତେ କେତେକ ଉଚ୍ଚସ୍ତରୀୟ କର୍ମଚାରୀଙ୍କ ବାସଭବନ ଓ ଅଫିସ୍ରେ ଆଜି ସକାଳୁ ଆୟକର ବିଭାଗ ଚଢ଼ାଉ କରିଛି । ହେଲେ ଚଢ଼ାଉର କାରଣ କ’ଣ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
ଏଏନ୍ଆଇ ରିପୋର୍ଟ ଅନୁସାରେ, ଗୁରୁଗ୍ରମାରେ ଥିବା ପବନଙ୍କ ବାସଭବନ ଏବଂ ଅଫିସରେ ପ୍ରଥମେ ଚଢ଼ାଉ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଚେୟାର୍ ମ୍ୟାନଙ୍କ ବାସଭବନ ସମତେ ହିରୋ ମୋଟୋର୍କୋର୍ପ କମ୍ପାନୀର ୨୫ଟି ସ୍ଥାନରେ ଚଢ଼ାଉା ଅଭିଯାନ ଚାଲିଛି । ଗୁରୁଗ୍ରାମ ଏବଂ ଦିଲ୍ଲୀ ତଥା ଉତ୍ତର ଭାରତର ଅନ୍ୟାନ୍ୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ଏହି ଚଢ଼ାଉ ଅଭିଯାନ ପରେ କମ୍ପରାନୀର ସେୟାର୍ ବିକ୍ରି ୧% ହ ୍ରାସ ପାଇଛି ।
ସୂଚନା ଥାଉଯେ, ଏସିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଏବଂ କେନ୍ଦ୍ରୀୟ ଆମେରିକାର ୪୦ଟି ଦେଶରେ ପବନ ମୁଞ୍ଜାଲ୍ଙ୍କ ନେତୃତ୍ୱରେ ଦୁଇଚକିଆ ଯାନ ନର୍ମାତା ‘ହିରୋ ମୋଟୋର୍କୋର୍ପ’ କମ୍ପାନୀ ଚାଲୁଛି । ଏହି କମ୍ପାନୀର ଭାରତରେ ୬ଟି କଲମ୍ବିଆ ଏବଂ ବାଂଲାଦେଶରେ ୧ଟି ଲେଖାଏଁ ଯାନ ନିର୍ମାଣ କାରଖାନା ରହିଛି ।
Comments are closed.