ବର୍ଦ୍ଦିରେ ହାତ ମାରିଥିଲେ ବର୍ତ୍ତିପାରିବେନି – ଡିଜିପି

0

ଭୁବନେଶ୍ୱର : ବର୍ଦ୍ଦିରେ ହାତ ଦେଇଥିବା ଅସମାଜିକଙ୍କୁ ଛଡ଼ାଯିବନି । ଆହତ ୧୫ ପୋଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ । ଆହତଙ୍କୁ ଭେଟିବା ପରେ କ୍ଷୁବ୍ଧ ହୋଇଛନ୍ତି ପୋଲିସ ଡିଜି । ପୋଲିସ ବର୍ଦ୍ଦିରେ ହାତ ମାରିଥିବା ଅସାମାଜିକଙ୍କୁ ଖୋଜିଖୋଜି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଜିପି । ଯେଉଁମାନେ ବି ପୋଲିସକୁ ଆକ୍ରମଣ କରିଛନ୍ତି ସେମାନଙ୍କୁ ଜେଲରେ ପୁରାଯିବ ସହ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ସୂଚନାନୁସାରେ,ଗତକାଲି ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଗତକାଲି ବିଧାନସଭା ଘେରାଉ କରିଥିଲା କଂଗ୍ରେସ । ଏହି ସମୟରେ କଂଗ୍ରେସ କର୍ମୀ -ପୋଲିସଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା । ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି । ଧସ୍ତାଧସ୍ତି, ଚେୟାର ପିଙ୍ଗା ଓ ପଥରମାଡ଼ରେ ୧୨ରୁ ଅଧିକ ପୋଲିସ କର୍ମଚାରୀଙ୍କ ସହ କିଛି କଂଗ୍ରେସ କର୍ମୀ ଆହତ ହୋଇଥିଲେ। ଆହତ ପୋଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ଭେଟିଥିଲେ ଡିଜିପି ୱାଇବି ଖୁରାନିଆ। କହିଥିଲେ, ଆହତଙ୍କୁ ଭେଟିବାକୁ ଆସିନି। ଦେଖିବାକୁ ଆସିଥିଲି, କେମିତି ଥିଲା ଅସାମାଜିକ ଲୋକଙ୍କ କାର୍ଯ୍ୟକଳାପ। ଯେଉଁମାନେ ପୋଲିସ ବର୍ଦ୍ଦିରେ ହାତ ମାରିଛନ୍ତି, କାହାକୁ ଛଡ଼ା ଯିବ ନାହିଁ। ଅସାମାଜିକ କାର୍ଯ୍ୟ କଲେ କାହାରିକୁ ଛାଡ଼ିବୁ ନାହିଁ। ଖୋଜି ଖୋଜି ଜେଲରେ ପୂରାଯିବ । ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ ଡିଜି ।

Leave A Reply

Your email address will not be published.