ଜେନେଟିକ୍ ସ୍କ୍ରିନିଂ ସହ ଆଇଭିଏଫ ପିଲାଙ୍କ ସୁସ୍ଥ ଭବିଷ୍ୟତକୁ ସୁନିଶ୍ଚିତ କରେ

0

କଟକ : ସବୁ ପିତାମାତା ନିଜ ପିଲାମାନଙ୍କୁ ସୁସ୍ଥ ଓ ସୁଖୀ ଜୀବନ ଦେବାକୁ ଚାହିଁଥାନ୍ତି । କିନ୍ତୁ ଅନେକ ଲୋକଙ୍କ ପାଇଁ, ବିଶେଷ କରି ବଂଶାନୁଗତ ସ୍ୱାସ୍ଥ୍ୟ ସମସ୍ୟା ଥିବା ଏକ ପରିବାର ପାଇଁ ଏହା ଏକ ଚିନ୍ତା ହୋଇଥାଏ । ମାତ୍ର ଯେହେତୁ ପ୍ରଜନନ ଚିକିତ୍ସା ଅଧିକ ସଠିକ ଏବଂ ବ୍ୟକ୍ତିଗତ ହୋଇଯାଇଛି, ବିଜ୍ଞାନ ବର୍ତମାନ ଗର୍ଭାବସ୍ଥା ଆରମ୍ଭ ହେବା ପୂର୍ବରୁ ଏହି ଚିନ୍ତାଗୁଡିକ ମଧ୍ୟରୁ କିଛିର ସମାଧାନ ପ୍ରଦାନ କରୁଛି ।

ଏସମ୍ପର୍କରେ କଟକ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର ଫର୍ଟିଲିଟି ସ୍ପେଶାଲିଷ୍ଟ ଡଃ ରସ୍ମିନ ସାହୁ କହିଛନ୍ତି ଯେ, ଚଳିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଏହା ଜାଣିବା ଉଚିତ ଯେ, ଆଇଭିଏଫ କରାଉଥିବା ଦମ୍ପତିମାନେ କିଭଳି ଏବେ ପ୍ରିଇମ୍ପ୍ଲାନ୍‌ଟେଶନ ଜେନେଟିକ ଟେଷ୍ଟିଙ୍ଗ (ପିଜିଟି) ମାଧ୍ୟମରେ ନିଜର ପିଲାମାନଙ୍କ ଭବିଷ୍ୟତ ପାଇଁ ସୂଚିତ ଓ ସଶକ୍ତ ନିଷ୍ପତି ନେଇପାରିବେ । ପିଜିଟି ହେଉଛି ଏକ ବୈଜ୍ଞାନିକ ପଦ୍ଧତି ଯାହା ମାଧ୍ୟମରେ ଏମ୍ବ୍ରାୟୋଲୋଜିଷ୍ଟମାନେ ଇମ୍‌ପ୍ଲାନଟେଶନ ପୂର୍ବରୁ ବଂଶଗତ ଅସ୍ୱଭାବିକତା ସମ୍ପର୍କରେ ଜାଣିବା ପାଇଁ ଏମ୍ବ୍ରୋ ବା ଭୃଣର ସ୍କ୍ରିନିଂ କରିପାରିବେ । ଏହି ପ୍ରକ୍ରିୟା ଭୃଣର ଫର୍ଟିଲାଇଜେଶନ ଓ ଫର୍ମେଶନ ସହିତ ଆରମ୍ଭ ହୋଇଥାଏ । ଭୃଣରୁ ଏକ ଛୋଟ ନମୂନା ନିଆଯାଇଥାଏ ଏବଂ କ୍ରୋମୋଜୋମାଲ କିମ୍ବା ବଂଶଗତ ସମସ୍ୟାକୁ ଚିହ୍ନଟ କରିବା ପାଇଁ ଏହାର ଡିଏନଏକୁ ବିଶ୍ଳେଷଣ କରାଯାଇଥାଏ ।

ତିନି ପ୍ରକାରର ପିଜିଟି ରହିଛି, ପ୍ରତ୍ୟେକ ଟେଷ୍ଟିଂକୁ ଭିନ୍ନ ଭିନ୍ନ ସମସ୍ୟାକୁ ଚିହ୍ନଟ କରିବା ପାଇଁ ସ୍କ୍ରିନିଂ ପାଇଁ ଡିଜାଇନ କରାଯାଇଛି । ପିଜିଟି-ଏ (ଆନ୍ୟୁପ୍ଲଏଡି ପାଇଁ): ଏହା ଏକ ଭୃଣରେ ସଠିକ ସଂଖ୍ୟକ କ୍ରୋମୋଜୋମ ରହିଛି କି ନାହିଁ ତାହା ଚିହ୍ନଟ କରିଥାଏ । ଏହା ନିର୍ଦ୍ଧିଷ୍ଟ ରୂପେ ଅଧିକ ମାତୃତ୍ୱ ବୟସର ମହିଳା, ବାରମ୍ବାର ଆଇଭିଏଫ ବିଫଳତା, ଗର୍ଭପାତର ସମ୍ମୁଖୀନ ହେଉଥିବା କିମ୍ବା ପୁରୁଷ ବନ୍ଧ୍ୟାପଣ ସମସ୍ୟାରେ ପୀଡିତ ମହିଳାଙ୍କ ପାଇଁ ଲାଭଦାୟକ ଅଟେ । ପିଜିଟି-ଏମ (ମୋନୋଜେନିକ ଡିଜଅର୍ଡର ପାଇଁ ) : ଏହି ପରୀକ୍ଷା ଗୋଟିଏ ସିଙ୍ଗଲ ଜିନ୍ ମଧ୍ୟରେ ମ୍ୟୁଟେଶନ କାରଣରୁ ହେଉଥିବା ମୋନୋଜେନିକ ରୋଗଗୁଡିକୁ ଟାର୍ଗେଟ କରିଥାଏ । ପିଜିଟି-ଏମ ସ୍କ୍ରିନିଂ ବିଶେଷ କରି ସିକିଲ ସେଲ ରୋଗ, ନ୍ୟୁରୋଫାଇବ୍ରୋମାଟୋସିସ କିମ୍ବା ଫ୍ୟାମିଲିଆଲ ମେଲାନୋମା ଭଳି ବଂଶଗତ ରୋଗ ଥିବା ଦମ୍ପତିମାନଙ୍କ ପାଇଁ ଉପଯୋଗୀ ଅଟେ । ପିଜିଟି-ଏସଆର (ଷ୍ଟ୍ରକ୍‌ଚରାଲ ରିଆରେଞ୍ଜମେଂଟ୍‌ସ ପାଇଁ): ଯେତେବେଳେ ଜଣେ ଅଭିଭାବକଙ୍କର କ୍ରୋମୋଜୋମାଲ ରିଆରେଞ୍ଜମେଂଟ (ଏକ ଡୁପ୍ଲିକେଶନ କିମ୍ବା ଡିଲେଶନ ଭଳି ) ରହିଥାଏ, ଯାହା ସେମାନଙ୍କୁ ବୋଧ ହୁଏ ପ୍ରଭାବିତ କରିନପାରେ କିନ୍ତୁ ସେମାନଙ୍କର ସନ୍ତାନଙ୍କଠାରେ ସମସ୍ୟାର କାରଣ ହୋଇପାରେ, ସେତେବେଳେ ଏହି ଟେଷ୍ଟିଂକୁ ବ୍ୟବହାର କରାଯାଇଥାଏ ।

ଏହି ପରୀକ୍ଷଣଗୁଡିକ ସହିତ ଦମ୍ପତିମାନେ ନିଜ ପିଲାଙ୍କ ଶରୀରକୁ ବଂଶଗତ ରୋଗ ବା ସ୍ଥିତିକୁ ଆସିବାର ବିପଦକୁ ହ୍ରାସ କରିପାରିବେ, ବିଫଳ ଇମ୍ପ୍ଲାନ୍‌ଟେଶନକୁ ରୋକିପାରିବେ ଏବଂ ଗର୍ଭପାତର ସମ୍ଭାବନାକୁ ମଧ୍ୟ ହ୍ରାସ କରିପାରିବେ, ଏଥିସହିତ ସେମାନେ ସନ୍ତାନର ସୁସ୍ଥ ଜନ୍ମର ସମ୍ଭାବନାକୁ ବଢାଇପାରିବେ । ଆଜିର ସମୟରେ ଜେନେଟିକ ସ୍କ୍ରିନିଂର ଗୁରୁତ୍ୱ ସମ୍ପର୍କରେ ବର୍ଣ୍ଣନା କରି ଡଃ ରସ୍ମିନ ସାହୁ କହିଛନ୍ତି, ଅଧିକରୁ ଅଧିକ ଦମ୍ପତି କ୍ୟାରିୟର, ଆର୍ଥିକ କିମ୍ବା ବ୍ୟକ୍ତିଗତ କାରଣରୁ ପିତାମାତା ହେବାରେ ବା ଗର୍ଭଧାରଣରେ ବିଳମ୍ବ କରୁଥିବାରୁ, ଏଭଳି ବିପଦ ବୃଦ୍ଧି ପାଇବାରେ ଲାଗିଛି । ପିଜିଟି ଦମ୍ପତିମାନଙ୍କୁ ସେମାନଙ୍କର ଅଭିଭାବକତ୍ୱ ସମୟସୀମା ଉପରେ ସାଲିସ ନକରି ଏଭଳି କିଛି ବିପଦଗୁଡିକୁ ହ୍ରାସ କରିବା ପାଇଁ ଅନୁମତି ଦେଇଥାଏ । ଜେନେଟିକ ସ୍କ୍ରିନିଂ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟକୁ ଫ୍ୟୁଚର-ପ୍ରୁଫ କରିବା ପାଇଁ ଏକ ଉତମ ମାଧ୍ୟମ ଅଟେ ।

Leave A Reply

Your email address will not be published.