ପିଙ୍କ ସିଟି ଜୟପୁର

ଭାରତରେ ଥିବା ଅନେକ ସହର ଭିତରୁ ପିଙ୍କ ସିଟି ଜୟପୁର ଏହାକୁ ଦେଇଥାଏ ଏକ ସ୍ୱତନ୍ତ୍ର ପରିଚୟ । ଏହାର କଳା, ସଂସ୍କୃତି ସହରକୁ ଦେଇଥାଏ ଏକ ନିଆରା ପରିଚୟ । ଯାହା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଟାଣି ହୋଇ ଆସନ୍ତି ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ । ଜୟପୁର ସହରର ଅନେକ ଏଭଳି ସ୍ଥାନ ମଧ୍ୟ ରହିଛି, ଯାହା ଏହାକୁ ଭିଡ ଭିତରେ କରିଥାଏ ଭିନ୍ନ ।

ପିଙ୍କ ସିଟି ଜୟପୁର

ହଜିବାକୁ ଦେଇନଥାଏ
ସମ୍ପୁର୍ଣ୍ଣ ଜୟପୁର ସହରୁ ଘେରି ରହିଛି ୮ଟି ଗେଟ୍‌ ଥିବା ୬ ଫୁଟ ୩ ମିଟରର ପାଚେରି । ତେଣୁ ଜୟପୁରରୁ ବାହାରକୁ ଯିବାକୁ ହେଲେ ଏହି ଗେଟ୍‌ ଦେଇ ବାହାରକୁ ଯିବାକୁ ପଡିଥାଏ ।

ପିଙ୍କ ସିଟି ଜୟପୁର

ଏହାସହ ଏହାର ନିର୍ମାଣଶୈଳୀ ବେଶ୍‌ ଯୋଜନାବଦ୍ଧ, ଯେଉଁ କାରଣରୁ ଏଠାରେ କେହି ହଜିବା କଷ୍ଟକର କଥା । ସେହିଭଳି ଏହାର ସମସ୍ତ ଛୋଟଛୋଟ ଗଳି ରାସ୍ତା ମୁଖ୍ୟରାସ୍ତା ସହ ସଂଯୋଗ ହୋଇଥାଏ ।

ଏବେ ବି ରହିଛନ୍ତି ମହାରାଜା

ପିଙ୍କ ସିଟି ଜୟପୁର

ଜୟପୁର ସହର ନିଜର ମହାରାଜା ସଂସ୍କୃତି ପାଇଁ ପରିଚିତ । ଏବେ ମଧ୍ୟ ଏଠାରେ ମହାରାଜା ରହିଛନ୍ତି । ମହାରାଜାଙ୍କ ନାମ ପଦ୍ମନାଭ ସିଂ ହୋଇଥିବା ବେଳେ ସେ ଜଣେ ପୋଲୋ ଖେଳାଳୀ । ସେ ମାତ୍ର ୧୩ ବର୍ଷ ବୟସରୁ ଜୟପୁରର ରାଜଗାଦିରେ ବସିଛନ୍ତି । ସେ ସ୍ଥାନୀୟ ସୁଜନ ରାଜମହଲ ପ୍ୟାଲେସରେ ରହିଥାଆନ୍ତି ।

ବିଳାସ ପୂର୍ଣ୍ଣ ହୋଟେଲ୍‌
ପିଙ୍କ ସିଟି ଜୟପୁର

ଯଦି ଜଣେ ବ୍ୟକ୍ତି ଭିରତରେ ଏକ ବିଳାସପୂର୍ଣ୍ଣ ଦାମୀ ହୋଟେଲ ଖୋଜୁଛନ୍ତି, ତେବେ ତାଙ୍କୁ ଏହା ଜୟପୁରରେ ହିଁ ମିଳିବ । ଜୟପୁରରେ ଥିବା ରାଜ ମହଲ ପ୍ୟାଲେସ୍‌ରେ ଗୋଟିଏ ରାତିକୁ ୫୦ହଜାର ଡଲାର ଦେବାକୁ ପଡିଥାଏ । ଏହି ହୋଟେଲରେ ଚାରି ମହଲା ରହିଥିବାବେଳେ ଏଥିରେ ଥିବା ଆସବାବପତ୍ର ମଧ୍ୟ ସୁନା ଓ ରୁପାରୁ ପ୍ରସ୍ତୁତ । ଏହାର ବାଥରୁମ ଠାରୁ ଆରମ୍ଭ କରି ଡାଇନିଂ ହଲ ପର୍ଯ୍ୟନ୍ତ ସବୁକିଛି ବିଳାସପୂର୍ଣ୍ଣ ଭାବେ ପ୍ରସ୍ତୁତ । ଏହି ହୋଟେଲ୍‌ରେ ସୁଇମିଂ ପୁଲ, ହୋମ ଥ୍‌ଏଟର, ଡାଇନିଂ ହଲ, ଲନ୍‌, ଲାଇବ୍ରେରୀ ଭଳି ସମସ୍ତ ସୁବିଧା ରହିଛି ।

ଗୋଲାପି ସହର

ପିଙ୍କ ସିଟି ଜୟପୁର

ଜୟପୁର ଗୋଲାପି ସହର ଭାବେ ଦୁନିଆରେ ପରିଚିତ । ଏଠାରେ ଥିବା ବିଭିନ୍ନ ମହଲ, ଘର ବା ଅଟ୍ଟାଳିକାର ରଙ୍ଗ ଗୋଲାପି । ତେବେ ଏହା ପଛରେ ମଧ୍ୟ ଏକ କାହାଣୀ ରହିଛି ।୧୮୭୬ରେ ଏହାକୁ ଶାସନ କରୁଥିଲେ ମହାରାଜା ରାମ ସିଂ । ସେହି ସମୟରେ ପ୍ରିନ୍ସ ଅଫ୍‌ େୱଲ୍‌ ଓ ରାଣି ଭିକେଫାରିଆ ଜୟପୁର ପରିଦର୍ଶନରେ ଆସିଥିଲେ । ତେବେ ସେମାନଙ୍କୁ ରାଜା ରାମ ସିଂ ଏକ ଭିନ୍ନ ଉପାୟରେ ସ୍ୱାଗତ କରିବାକୁ ଚିନ୍ତା କରିଥିଲେ । ତେଣୁ ସେ ପୁରା ସହରକୁ ଗୋଲାପି ରଙ୍ଗରେ ସଜାଇଥିଲେ । ସେହିଭଳି ଏଠାରେ ନିର୍ମିତ ଅନେକ କୋଠା ଓ ଅଟ୍ଟାଳିକାରେ ଗୋଲାପି ରଙ୍ଗର ପଥର ବ୍ୟବହାର କରି କାରୁକାର୍ଯ୍ୟ କରାଯାଇଛି । ଏହି କାରଣରୁ ଜୟପୁରକୁ ପିଙ୍କସିଟି ବା ଗୋଲାପି ସହରର ନାଁ ମିଳିଛି ।

Har Ghar Tiranga